188 Views
ରାଉରକେଲା, ୨୭ା୮(): ସେକ୍ଟର-୧୫ ଚିପ୍ ଟାଇପ୍ ମାର୍କେଟର ଏକ ରାସନ ଦୋକାନରୁ ଗତକାଲି ରାତିରେ ଚୋରି ଉଦ୍ୟମ ହୋଇଛି । ଏ ସମ୍ପର୍କରେ ଦୋକାନ ମାଲିକ ସେକ୍ଟର-୧୫ ଥାନାରେ ଏତଲା ଦେଇଛନ୍ତି । ବାସନ୍ତୀ କଲୋନୀରେ ରହୁଥିବା ରାଜେଶ ଅଗ୍ରୱାଲଙ୍କ ସେକ୍ଟର-୧୫ ଚିପ୍ ଟାଇପ୍ ମାର୍କେଟରେ ଏକ ପାଇକାରୀ ରାସନ ଦୋକାନ ରହିଛି ।
ଗତକାଲି ରାତିରେ ଶ୍ରୀ ଅଗ୍ରୱାଲ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ଚୋରମାନେ ଦୋକାନ କାନ୍ଥ କଣା କରି ଦୋକାନରେ ପଶିଥିିଲେ । ଦୋକାନର ଭିତରେ ପ୍ୟାକିଂ ହୋଇ ରହିଥିବା ବିଭିନ୍ନ ରାସନ ସାମଗ୍ରୀ ସେମାନେ କଣା ବାଟେ ବାହାରକୁ ବାହାର କରି ଦେଇଥିଲେ । ମାତ୍ର ପୁଲିସ ପେଟ୍ରୋଲିଂ ହେଉ ବା କୌଣସି କାରଣରୁ ଚୋର ଦଳ ସେଗୁଡ଼ିକୁ ନେଇ ନପାରି ସେଠାରେ ଛାଡି ଦେଇ ଚାଲି ଯାଇଥିଲେ । ଏହା ଜଣା ପଡ଼ିବା ପରେ ଶ୍ରୀ ଅଗ୍ରୱାଲ ସେକ୍ଟର-୧୫ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।