Fri. Apr 18th, 2025

ଦେଢ଼ଶୁରଙ୍କ ବାହାଘରରେ ପ୍ରିୟଙ୍କାଙ୍କ ଦେଶୀ ଅବତାର, ଗୋଲାପି ଶାଢ଼ିରେ ଲାଗୁଥିଲେ ପରୀ

By amfnews Jun 30, 2019 #Featured
433 Views

ଫ୍ରାନ୍ସ:  ବିଶ୍ୱସୁନ୍ଦରୀ ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଦେଢଶୁର ଜୋ ଜୋନସ୍‌ ଦ୍ୱିତୀୟ ଥର ଲାଗି ସୋଫି ଟର୍ନରଙ୍କୁ ବିବାହ କରିଛନ୍ତି । ଏହି  ଆଡମ୍ବରପୂର୍ଣ୍ଣ ବିବାହ ଫ୍ରାନ୍ସର ଏକ ରାଜମହଲରେ ସମ୍ପନ୍ନ ହୋଇଛି। ଏହି ବିବାହରେ ଯୋଗ ଦେବା ଲାଗି ଦେଶୀ ଗାର୍ଲ ନିଜ ବ୍ୟସ୍ତ ସିଡ୍ୟୁଲରୁ ଟାଇମ୍‌ ବାହାର କରି ଫ୍ରାନ୍ସରେ ଡେରା ପକାଇଛନ୍ତି। ନିଜ ସ୍ୱାମୀ ଓ ଶ୍ୱଶୁର ଘର ପରିବାର ସହ  ପିସି ଫ୍ରାନ୍ସରେ  ଡେରା ପକାଇଥିବା ବେଳେ ସେଠାରେ ଖୁବ୍‌ ମସ୍ତି କରୁଥିବାର ଫଟୋ ଭାଇରାଲ ହେଉଛି।

ଉଭୟ ଜୋ ଜୋନସ୍‌  ଓ  ସୋଫି ଟର୍ନର ପୂର୍ବରୁ ମେ’ ମାସରେ ଲସ୍‌ ବେଗାସ୍‌ରେ ଏକ ପ୍ରାଇଭେଟ ସେରିମନିରେ ପ୍ରଥମ ବିବାହ କରିଥିଲେ। ଏବେ ରାଜକୀୟ ଢଙ୍ଗରେ ପ୍ୟାରିସ୍‌ରେ ସେମାନଙ୍କ ଦ୍ୱିତୀୟ ବିବାହ ସମ୍ପନ୍ନ ହୋଇଛି।

ବିବାହ ନିକ୍‌ଙ୍କ ବଡ ଭାଇଙ୍କର ହେଉଥିଲେ ମଧ୍ୟ ଭାରତୀୟ ମିଡିଆର ନଜର ରହିଛି ପିସିଙ୍କ ଉପରେ। ପିସିଙ୍କ ଗ୍ଲାମରସ୍‌ ଆଉଟଫିଟ୍‌, ତାଙ୍କ ଲୁକ୍‌ ଓ ପରିବାର, ସ୍ୱାମୀଙ୍କ ସହ ମସ୍ତି ବେଳର ଫଟୋରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି ଏହି ମିସ୍‌ ୱାର୍ଲ୍ଡ । ପ୍ୟାରିସ୍‌ରୁ ଯେତେ ବି ଫଟୋ ଲିକ୍‌ ହେଉଛି, ସବୁ ଫଟୋରେ ନୂଆ ଲୁକ୍‌ରେ ନଜର ଆସୁଛନ୍ତି ପ୍ରିୟଙ୍କା।

ସବୁଠୁ ଖାସ୍‌ ବିବାହ ଦିନ ପ୍ରିୟଙ୍କା ପୂରା ଦେଶୀ ଲୁକ୍‌ରେ ନଜର ଆସିଛନ୍ତି। ଏବେ ପର୍ଯ୍ୟନ୍ତ ୱେଷ୍ଟର୍ଣ୍ଣ ଲୁକ୍‌ରେ ନଜର ଆସୁଥିବା ପ୍ରିୟଙ୍କା ବିବାହ ଦିନ କିନ୍ତୁ ଭାରତର ପାରମ୍ପରିକ ଶାଢି ପିନ୍ଧି ଦେଖାଯାଇଥିଲେ।

ଫ୍ରାନ୍ସରେ ହେଉଥିବା ବିବାହରେ ପ୍ରିୟଙ୍କା ଏକ ଗୋଲାପି ରଙ୍ଗର ନେଟ ଶାଢି ସହ ବ୍ୟାକ୍‌ଲେସ୍‌  ବ୍ଲାଉଜ ପିନ୍ଧିଥିଲେ। ଏହା ସହ ମ୍ୟାଚିଙ୍ଗ ଗୋଲାପ ଫୁଲ ବି ସେ ନିଜ କେଶରେ ଲଗାଇଥିଲେ। ନିଜ ଦେଶୀ ଅବତାରରେ ପିସି ଖୁବ୍‌ ସୁନ୍ଦର ଲାଗୁଥିଲେ। ଭାଇ ବାହାଘରରେ ନିକ୍‌ ମଧ୍ୟ ବ୍ଲାକ୍‌ ସୁଟ ପିନ୍ଧି ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ।

By amfnews

Related Post