Mon. Jan 27th, 2025

ଦେଶରେ ହେଉଥିବା କରୋନା ନମୂନା ପରୀକ୍ଷଣ ହାରକୁ ପଛରେ ପକାଇଲା ଓଡ଼ିଶା

By amfnews Nov 22, 2020 #Featured
126 Views

ଭୁବନେଶ୍ୱର, ନଭେମ୍ବର ୨୨ : ଜାତୀୟ ସ୍ତରରେ ୧୦ଲକ୍ଷ ଜନସଂଖ୍ୟାରେ ଯେତିକି ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି ଓଡ଼ିଶାରେ ତା’ଠାରୁ ଅଧିକ ଲୋକଙ୍କ ପରୀକ୍ଷା ହେଉଛି । ଆଇସିଏମାର ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟରୁ ଜଣାପଡିଛି ଯେ ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୯୪,୬୭୯ ଲୋକଙ୍କ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ୧ଲକ୍ଷ ୧୮ହଜାର ୮୮୪ ରହିଛି । ତେବେ ଓଡ଼ିଶା ଉପରେ ଅନ୍ୟ ୭ଟି ରାଜ୍ୟ ରହିଥିବା ଜଣାପଡିଛି, ଯେଉଁଠାରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ଅଧିକ କରୋନା ପରୀକ୍ଷଣ କରାଯାଉଛି । ଦିଲ୍ଲୀରେ ସର୍ବାଧିକ ୩ଲକ୍ଷ ୮ହଜାର ୧୭୧ ଜଣଙ୍କ ପରୀକ୍ଷା ହେଉଥିବା ଜଣାପଡିଛି । ଓଡ଼ିଶାରେ ଏ ପର୍ଯ୍ୟନ୍ତ ୫୫ଲକ୍ଷ ୧୮ହଜାର ୬୪୪ ଟି କୋଭିଡ୍‌ ନମୁନା ପରୀକ୍ଷା ହୋଇ ସାରିଥିବା ଜଣାପଡିଛି ।

By amfnews

Related Post