236 Views
ନୂଆଦିଲ୍ଲୀ, ଅଗଷ୍ଟ ୨୬ : ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲାଣି । ଗତ ୨୪ ଘଣ୍ଟାରେ ସର୍ବାଧିକ ୬୭,୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୩୨,୩୪,୪୭୫ ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ଦେଶରେ ୧,୦୫୯ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଏହାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୫୯,୪୪୯ ରେ ପହଞ୍ଚିଛି।
ବର୍ତ୍ତମାନ ସୁଦ୍ଧା ଦେଶରେ ୭,୦୭,୨୬୭ ଟି ସକ୍ରିୟ ମାମଲା ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୨୪,୬୭,୭୫୯ ଛୁଇଁଛି ।