Sat. Dec 28th, 2024

ଦେଶରେ କରୋନା ଟିକାକରଣର ଅବଗଣନା ଆରମ୍ଭ

By amfnews Jan 16, 2021 #Featured
169 Views

ନୂଆଦିଲ୍ଲୀ, ଜାନୁଆରୀ ୧୬ : ଦେଶବ୍ୟାପୀ ଆଜି (ଶନିବାର, ଜାନୁଆରୀ ୧୬)ଠାରୁ କୋଭିଡ-୧୯ ଟିକାକରଣ ଶୁଭାରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ବହୁ ପ୍ରତିକ୍ଷୀତ ବିଶ୍ୱର ବୃହତ୍ତ ଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ-୧୯ ଟିକା ଦିଆଯିବ । 

ପୂରା ଭାରତରେ ଏକକାଳୀନ ଟିକାକରଣ ଅଭିଯାନ ଶୁଭାରମ୍ଭ ହେବ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଏଥି ପାଇଁ ମୋଟ ୩୦୦୬ଟି ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ରାଜସ୍ଥାନରେ ଜୟପୁରର ସୱାଇ ମାନସିଂହ ମେଡିକାଲ କଲେଜର ପ୍ରଧାନାଚାର୍ଯ୍ୟ ସୁଧୀର ଭଣ୍ଡାରୀଙ୍କୁ ସର୍ବପ୍ରଥମେ ଟିକା ଦିଆଯିବ । ସେହିପରି ମଧ୍ୟପ୍ରଦେଶରେ ଏକ ହସ୍ପିଟାଲରେ ସୁରକ୍ଷା କର୍ମୀ ଓ ଜଣେ ସହଯୋଗୀ ସମେତ ଅନ୍ୟ ଲୋକଙ୍କୁ ପ୍ରଥମେ ଟିକା ନେବାକୁ ଥିବା ତାଲିକାରେ ସାମିଲ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବ ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶ କରୋନା ଭାଇରସ ମହାମାରୀ ବିରୋଧରେ ଶନିବାର ଶେଷ ସୋପାନରେ ପହଂଚିବ । ସେ ଶୁକ୍ରବାର ଟୁଇଟ କରି କହିଛନ୍ତି ଯେ, ଜାନୁଆରୀ ୧୬ ଦେଶବ୍ୟାପୀ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହେବ । କାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ଅଭିଯାନ ଆରମ୍ଭ ହେବ । 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ବିଶ୍ୱର ଏହା ହେଉଛି ସର୍ବବୃହତ୍ତ ଟିକାକରଣ କାର୍ଯ୍ୟକ୍ରମ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶବ୍ୟାପୀ ଟିକାକରଣ ଅଭିଯାନର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ମାଣ ଭବନ ପରିସରରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର କୋଭିଡ-୧୯ ନିୟନ୍ତ୍ରଣ କକ୍ଷରେ ଏସଂପର୍କରେ ଅବଗତ ହୋଇଛନ୍ତି । ସେ କହିଛନ୍ତି ଏହି ପଦକ୍ଷେପ ସମ୍ଭବତଃ କୋଭିଡ-୧୯ ଶେଷର ଆରମ୍ଭ । ସେରମ ପ୍ରତିଷ୍ଠାନ ଦ୍ୱାରା ବିକଶିତ କୋଭିଶିଲ୍ଡ ଓ ଭାରତ ବାୟୋଟେକ ଦ୍ୱାରା ବିକଶିତ କୋଭାକ୍ସିନ ଟିକା ସୁରକ୍ଷିତ । ମହାମାରୀ ନିୟନ୍ତ୍ରଣ କରିବାରେ ଏହି ୨ଟି ଟିକା ସଫଳ ହେବ ବୋଲି ସେ କହିଛନ୍ତି । 

By amfnews

Related Post