128 Views
ଭୁବନେଶ୍ୱର, ମେ 01 : ଭାରତରେ କରୋନା ଭାଇରସର କୋପ ବଢିଚାଲିଛି । ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କୋଭିଡ -19ର ସବୁ ରେକର୍ଡ ଭାଙ୍ଗିଛି । ଗତ 24 ଘଣ୍ଟା ମଧ୍ୟରେ 4 ଲକ୍ଷରୁ ଅଧିକ ନୂଆ ପଜିଟିଭ ମାମଲା ସାମନାକୁ ଆସିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସରେ 4 ଲକ୍ଷ 01 ହଜାର 933 ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ 3523ଜଣ ପ୍ରାଣ ହରାଇଛନ୍ତି । ଭାରତରେ ମୋଟ କରୋନା ସଂକ୍ରମଣ ସଂଖ୍ୟା 1 କୋଟି 91 ଲକ୍ଷ 64 ହଜାର 969 ହୋଇଥିବାବେଳେ 2 ଲକ୍ଷ 11 ହଜାର 853 ଲୋକ ପ୍ରାଣ ହରାଇଛନ୍ତି ।
ଦେଶରେ 1 କୋଟି 56 ଲକ୍ଷ 84 ହଜାର 406 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ପାଖାପାଖି 33 ଲକ୍ଷ ରହିଛି । ସାରା ଦେଶରେ ବର୍ତ୍ତମାନ 32 ଲକ୍ଷ 68 ହଜାର 710 ଲୋକ ଚିକିତ୍ସିତ ହେଉଛନ୍ତି ।