Sat. Dec 28th, 2024

ଦେଶର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ସ୍ଥାନ ପାଇଲା ତରଭା

By amfnews Aug 8, 2019 #Featured
88 Views

କଟକ : ସୁବର୍ଣ୍ଣପୁରର ତରଭା ଥାନା ଭାରତର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ସ୍ଥାନ ପାଇଛି। ୨୦୧୮ ମସିହା ପାଇଁ ଭାରତର ବିଭିନ୍ନ ଥାନାକୁ ନେଇ କ୍ବାଲିଟି କାଉନସିଲ ଅଫ ଇଣ୍ତିଆ (କ୍ୟୁସିଆଇ) ସର୍ଭେ କରାଯାଇଥିଲାବେଳେ ଓଡ଼ିଶାରୁ ତରଭା ଏକମାତ୍ର ଥାନା ଭାବେ ଶ୍ରେଷ୍ଠ ୧୦ ମଧ୍ୟରେ ରହିପାରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ପ୍ରମାଣପତ୍ର ଜାରି କରାଯାଇଛି। ଆଜି ପୁଲିସ୍‌ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶ ଓ ତରଭା ଥାନା ଆଇଆଇସି ଦୁଲାମଣି ଭୋଇ, ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠୁ ପ୍ରମାଣପତ୍ର ଓ ଫଳକ ଗ୍ରହଣ କରିଥିଲେ।

୨୦୧୬ରେ ଡିଜି ଓ ଆଇଜି ସମ୍ମିଳନୀରେ ଦେଶର ଶ୍ରେଷ୍ଠ ୧୦ ଥାନାକୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବ୍ୟୁରୋ ଅଫ୍‌ ପୁଲିସ ରିସର୍ଚ୍ଚ ଆଣ୍ତ ଡେଭଲପମେଣ୍ଟ ପକ୍ଷରୁ ଥାନାମାନଙ୍କର ପ୍ରଦର୍ଶନ ମାପକାଠି ପ୍ରସ୍ତୁତ କରିଥିଲାବେଳେ ସେହି ଅନୁଯାୟୀ ଗ୍ରେଡ୍‌ ପ୍ରଦାନ କରାଯାଇଥିଲା। ସ୍ମାର୍ଟ ପୁଲିସି˚, ସେବା ପ୍ରଦାନରେ ବୈଷୟିକ ପଦ୍ଧତିର ଉପଯୋଗ, ନାଗରିକ କେନ୍ଦ୍ରୀତ ପୁଲିସି˚, ଲୋକ ସମ୍ପର୍କ, କମ୍ୟୁନିଟି ପୁଲିସି˚, ଅଭିଯୋଗ ସମାଧାନ ବ୍ୟବସ୍ଥା, ମହିଳା ଓ ଶିଶୁମାନଙ୍କ ପ୍ରତି ବ୍ୟବହାର ଇତ୍ୟାଦିକୁ ମାପକାଠି ଭାବେ ଗ୍ରହଣ କରାଯାଇଥିଲା। ପୂର୍ବରୁ ତରଭା ଥାନାକୁ କ୍ୟୁସିଆଇର ପ୍ରତିନିଧିମାନେ ଆସିଥିଲାବେଳେ ବିଭିନ୍ନ ପ୍ରଦର୍ଶନ ଉପରେ ତଥ୍ୟ ସ˚ଗ୍ରହ କରାଯାଇଥିଲା। ଏଥିସହିତ ସାଧାରଣ ଜନତା, ମହିଳା, ଏସ୍‌ସି, ଏସ୍‌ଟି, ସ˚ଖ୍ୟାଲଘୁ ସମ୍ପ୍ରଦାୟ ଲୋକମାନଙ୍କଠୁ ମଧ୍ୟ ଥାନା ସ˚କ୍ରାନ୍ତରେ ମତାମତ ନିଆଯାଇଥିଲା। ଆଜି ପୁଲିସ ମୁଖ୍ୟାଳୟରେ ପ୍ରମାଣପତ୍ର ପ୍ରଦାନ କରାଯିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ, ଅତିରିକ୍ତ ଡିଜି (ଆଧୁନିକୀକରଣ) ବିନୟତୋଷ ମିଶ୍ର, ଅତିରିକ୍ତ ଡିଜି (ଆଇନ୍‌ଶୃଙ୍ଖଳା) ସ˚ଜୀବ ପଣ୍ତା, ଆଇଜି (ପର୍ସୋନେଲ) ପି.ଏସ୍‌. ରଣପିସେ, ଆଇଜି (ମୁଖ୍ୟାଳୟ) ଅସିତ ପାଣିଗ୍ରାହୀ, ଡିଆଇଜି (ମୁଖ୍ୟାଳୟ) ସିଫିନ ଅହମ୍ମଦ, କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ସନ୍ଦୀପ ମଦକର, ଏଆଇଜି (ମୁଖ୍ୟାଳୟ) ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post