127 Views
ନୂଆଦିଲ୍ଲୀ, ଜାନୁଆରୀ 24 : କରୋନା କଟକଣା ପାଇଁ ବର୍ତ୍ତମାନ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେବେ ଏହାରି ଭିତରେ ଦେଶର ବଜେଟ ବହୁଳ ମାତ୍ରାରେ ବଢିଯାଇଛି । ଆସନ୍ତା ଫେବ୍ରୁଆରି ୧ରୁ ଆରମ୍ଭ ହେବାକୁ ଥିବା ସାଧାରଣ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମନ ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ। ଯାହାଫଳରେ ଏକ ସୁତ୍ରରୁ ଜଣାପଡ଼ିଛି ଯେ ଅର୍ଥମନ୍ତ୍ରୀ ପ୍ରାୟ ୫୦ ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୫ ରୁ୧୦% ପର୍ୟ୍ୟନ୍ତ ବୃଦ୍ଧି କରିପାରନ୍ତି। ସେ ସବୁ ସାମଗ୍ରୀ ମଧ୍ୟରେ ରହିଛି ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସାମଗ୍ରୀ, ଇଲେକ୍ଟ୍ରିକ କାର, ଆସବାବପତ୍ର ଇତ୍ୟାଦି । ସେହିପରି ଏ ସବୁ ସାମଗ୍ରୀ ବିଦେଶରୁ ଆମଦାନୀ କରିବା ବଦଳରେ ଦେଶରେ ଉତ୍ପାଦନ କରିବା ଉପରେ ବେଶ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି