Tue. Dec 24th, 2024

ଦେଶର 47 ଜଣ ଶିକ୍ଷକ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ, ଓଡିଶାରୁ 2 ଜଣ

By amfnews Aug 29, 2020 #Featured
236 Views

ଭୁବନେଶ୍ବର, ଅଗଷ୍ଟ ୨୮ : କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଚଳିତବର୍ଷ 47 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ କରିଥିବାବେଳେ ଓଡିଶାରୁ 2 ଜଣ ଶିକ୍ଷକ ମଧ୍ୟ ପୁରସ୍କୃତ ହେବେ  ।

ଏହି ତାଲିକାରେ ଥିବା ଓଡିଶାର ଦୁଇଜଣ ଶିକ୍ଷକ ହେଲେ ବୌଦ୍ଧ ଜିଲ୍ଲାର ବସନ୍ତ କୁମାର ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲାର ତାପସ କୁମାର ମହାନ୍ତି ।

ହାଡଭଙ୍ଗାର ସରସରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଅଧୀନରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ।

ଏହି ଦୁଇଜଣ ଶିକ୍ଷକ ଓଡିଶା ପକ୍ଷରୁ ଦାଖଲ ହୋଇଥିବା ନାମାଙ୍କନ ମଧ୍ୟରୁ ମନୋନୀତ ହୋଇଛନ୍ତି ।

ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ଏକ ସର୍କୁଲାର ଅନୁଯାୟୀ2020 ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗରେ ପୁରସ୍କାର ବିଜେତାଙ୍କୁ ଚୟନ କରିବାକୁ ଜାତୀୟସ୍ତରରେ ଏକ ଦଳ ଗଠନ ହୋଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ କୋରାପୁଟ ଜିଲ୍ଲାର ଜଣେ ଶିକ୍ଷକ ପବିତ୍ର ମୋହନ ଦାଶ ବିଜ୍ଞାନ ଶିକ୍ଷା ପାଇଁ ରାଷ୍ଟ୍ରୀଯ ପୁରସ୍କାର ପାଇଥିଲେ।

By amfnews

Related Post