ନୂଆଦିଲ୍ଲୀ : ତାଙ୍କ ପୁଅ ବିଷୟରେ କିଛି ଅରୁଚିକର ମନ୍ତବ୍ୟ ଦେଇଥିବା ଜଣେ ‘ଆପ୍’ କର୍ମୀଙ୍କୁ ଏକ ଭୋଟ୍ ଗ୍ରହଣ କେନ୍ଦ୍ର ସମ୍ମୁଖରେ କଂଗ୍ରେସ ପ୍ରାର୍ଥିନୀ ତଥା ପୂର୍ବତନ ‘ଆପ୍’ ବିଧାୟିକା ଅଳକା ଲାମ୍ବା ଚଟକଣା ମାରିଛନ୍ତି।
ଶନିବାର ଦିନ ମଞ୍ଜୁ କା ତିଲାସ୍ଥିତ ଭୋଟ୍ ଗ୍ରହଣ କେନ୍ଦ୍ରରେ ଅଳକା ଲାମ୍ବା ଉକ୍ତ ‘ଆପ୍’ କର୍ମୀଙ୍କୁ ଆକ୍ରମଣ କରିବା ସହ ପାଟି କରିବାରୁ ଉପସ୍ଥିତ ପୁଲିସ କର୍ମଚାରୀମାନେ ହସ୍ତକ୍ଷେପ କରିଥିଲେ। କିନ୍ତୁ, ସମ୍ପୃକ୍ତ ‘ଆପ୍’ କର୍ମୀ ଘୁଞ୍ଚି ଯିବାରୁ ଚଟକଣା ତାଙ୍କ ଦେହରେ ବାଜି ନ ଥିଲା।
#WATCH Delhi: Scuffle breaks out between AAP and Congress workers near Majnu ka Teela, Congress candidate Alka Lamba tries to slap an AAP worker. AAP leader Sanjay Singh has said the party will complain to Election Commission. #DelhiElections2020 (note: abusive language)
‘ଆପ୍’ କର୍ମୀଜଣକ ଅଳକାଙ୍କ ପୁଅ ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ ବୋଲି ଶୁଣାଯାଉଥିବା ବେଳେ କେଉଁ କାରଣରୁ ଚଟକଣା ଯାଏଁ କଥା ଗଲା, ତାହା ଜଣାପଡ଼ିନାହିଁ।
ଶନିବାର ସକାଳେ ଚାନ୍ଦନୀଚୌକ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁର ଗାର୍ଡେନ୍ ଏକ୍ଷ୍ଟେନ୍ସନ୍ସ୍ଥିତ ବୁଥ୍ ନମ୍ବର ୧୬୧ରେ ଅଳକା ଲାମ୍ବା ଭୋଟ୍ ଦେଇଥିଲେ। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ‘ଆପ୍’ର ପ୍ରହଲ୍ଲାଦ ସିଂ ସାହାଣୀ ଏବଂ ବିଜେପିର ସୁମନ ଗୁପ୍ତ।