Mon. Nov 25th, 2024

ଦୁର୍ଷ୍କମ ପରେ ଶିଶୁର ହତ୍ୟା, ଅଭିଯୋଗକାରୀଙ୍କୁ ଥାନରେ ର୍ଦୁବ୍ୟବହାର

By amfnews Oct 29, 2018 #Featured
196 Views

ନୂଆଦିଲ୍ଲୀ, ଅକ୍ଟୋବର ୨୯, : ଲଖନଉର ଠାକୁରଗଞ୍ଜ ଥାନା ଅଂଚଳରେ ଶନିବାର କେହି ଦୁର୍ବୃତ ଆଠ ବର୍ଷର ଶିଶୁକନ୍ୟା ସହିତ ଦୁଷ୍କର୍ମ କରିବା ପରେ ଗଳାଚିପି ହତ୍ୟା କରିଛି ଓ ପରେ ଶବକୁ ବୁଦାମୂଳେ ଫୋପାଡି ଫେରାର ହୋଇଯାଇଛି । ସନ୍ଧ୍ୟା ସମୟରେ ଘରୁ ବାହାରିଥିବା ଝିଅଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ନ ପହଂଚିବାରୁ ଘରଲୋକ ଖୋଜିବା ଆରମ୍ଭ କରିଦେଇଥିଲେ ଓ କିଛି ଖବର ନ ମିଳିବାରୁ ରବିବାର ସକାଳେ ଥାନାରେ ଏକ ପ୍ରାଥମିକ ଅଭିଯୋଗ କରିଥିଲେ ।

ଅଭିଯୋଗ କରିବାର ଏକ ଘଂଟା ପରେ ଶିଶୁଟିର ଶବ ବୁଦାମୂଳରୁ ମିଳିଥିଲା । ଦୁଷ୍କର୍ମ ପରେ ଶିଶୁ କନ୍ୟାଟିକୁ ହତ୍ୟା କରାଯାଇଥିବା ଖବର ମିଳିବାପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ମୃତ ଶିଶୁ କନ୍ୟାର ପରିବାର ପୋଲିସ ଥାନାରେ ଅଭଦ୍ରତା ଓ ପୋଲିସ ଲାଚଂ ମାଗିବାର ଅଭିଯୋଗ ମଧ୍ୟ ଆଣିବା ସହିତ ଥାନା ଭିତରେ ଗଣ୍ଡଗୋଳ କରିଥିଲେ ।

ଏସଏସପି ଘର ଲୋକଙ୍କୁ ଆଶ୍ୱସନା ଦେଇ  ଅପହରଣ ରିପୋର୍ଟ ସହ ହତ୍ୟା, ଦୁର୍ଷ୍କମ, ପୋକ୍ସ ଆକ୍ଟର ଧାରା ବଢାଇ କ୍ଷତିପୂରଣ ଦେବ ସହ ଆଶ୍ୱସନା ଦେଇ ଶାନ୍ତ କରାଇଛନ୍ତି   । ବିଳମ୍ବତ ରାତିରେ ଶିଶୁଟିର ଅନ୍ତିମ ସଂସ୍କାର କରାଯାଇଛି । ଏସଏସପି କଳାନିଧି କହିଛନ୍ତି କି, ଶିଶୁଟିର ଶବ ଘରଠାରୁ ପ୍ରାୟ ୩୦୦ ମିଟର ଦୂର ବୁଦା ନକଟରୁ ମିଳିଥିଲା । ସନ୍ଦେହ କରାଯାଉଛି କି, କୌଣସୀ ପରିଚିତ ବ୍ୟକ୍ତି ତାଙ୍କ ସହିତ ଏପରି କରିଥାଇ ପାରନ୍ତି ।

ଏହି ଘଟଣାରେ ଶିଶୁଟିର ମା’ ଅଭିଯୋଗ କରିଛନ୍ତି କି, ଥାନାରେ ଅଭିଯୋଗ କରିବାକୁ ଯିବାରୁ ଥାରେ ତାଙ୍କୁ ବାଇକ କାହିଁକି ରାସ୍ତାରେ ରଖାଯାଇଛି ବୋଲି କହି ୧୫୦ ଟଙ୍କା ନେଇଥିଲେ । ଅଭିଯୋଗ ଲେଖାଇବା ପାଇଁ ୩୦ ଟଙ୍କା ମଧ୍ୟ ମାଗିଥିଲେ ।

By amfnews

Related Post