Wed. Mar 11th, 2026

ଦୁର୍ଘଟଣା ଘଟାଇ ଚମ୍ପଟ ମାରୁଥିବା ‌ଟ୍ରେଲର ଜବତ, ଚାଳକ ଗିରଫ

180 Views

କୋରେଇ : ଗତକାଲି ବିଳମ୍ବିତ ରାତିରେ ବଡ଼ଚଣା ଥାନା ସମ୍ମୁଖରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇଥିବା ଟ୍ରେଲରକୁ ପାଣିକୋଇଲି ଟୋଲଗେଟ୍ ନିକଟରେ ବଡ଼ଚଣା ପୁଲିସ ଜବତ କରିବା ସହିତ ଚାଳକକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ କଟକ ଆଡୁ କଲିକତା ଯାଉଥିବା ଏକ ଟ୍ରେଲର (ଡବ୍ଲ୍ୟୁବି ୩୯ବି -୫୦୪୧) ଗତକାଲି ବିଳମ୍ବିତ ରାତିରେ ବଡ଼ଚଣା ଥାନା ସମ୍ମୁଖରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ପରେ ଚଣ୍ତିଖୋଲ ପୁଲିସ୍‌ ପାଟ୍ରୋଲିଂ ଟିମ ଗାଡିକୁ ପିଛା କରି ପାଣିକୋଇଲି ଟୋଲ୍‌ଗେଟ ନିକଟରେ ଜବତ କରିବା ସହିତ ଗାଡିର ଚାଳକ ବିହାର ରାଜ୍ୟର ମନୋଜ ଯାଦବକୁ ଗିରଫ କରିଛି। ଅପରପକ୍ଷେ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

By amfnews

Related Post