162 Views
ନୂଆଦିଲ୍ଲୀ, ଡିସେମ୍ବର ୮: ସଂଯୁକ୍ତ ରାଷ୍ଟ୍ରରୁ ନିଖୋଜ ହେଉଥିବା ଲୋକଙ୍କ ପାଇଁ ତିଆରି ହୋଇଥିବା ସମିତି ଦୁବାଇର ରାଜକୁମାରୀଙ୍କ ଅପହରଣକୁ ନେଇ ଏକ ପତ୍ର ଲେଖି ଭାରତଠାରୁ ଜବତ ମାଗିଛି । ଦୁବାଇର ଶାସକ ଓ ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରସିଦ ଅଲ ମକତୁମଙ୍କ ଝିଅ ଶିଖା ଲତିଫା ମାର୍ଚ୍ଚରେ ଆମେରିକାର ପତାକା ଥିବା ଏକ ନୌକାରେ ଦୁବାଇ ଯାତ୍ରା କରିଥିଲେ ଓ ଗୋଆର ନିକଟବର୍ତୀ ଭାରତୀୟ ସାମୁଦ୍ରୀକ ସୀମାରୁ ତାଙ୍କୁ ଅପହରଣ କରିନିଆଯାଇଛି ବୋଲି କୁହାଯାଉଛି ।
ଏହା ପରେ ହିଁ ଲତିଫା ନିଖୋଜ ହୋଇଯାଇଥିଲେ । ଦୁବାଇ ସରାକର ମିଡିଆରେ ଏହି ମାମଲା ଉଠିବା ପରେ ବୟାନ ଜାରୀ କରିଛି । ଯେଉଁଥିରେ କି, ଲତିଫା ନିଜ ପରିବାର ସହିତ ଉପସ୍ଥିତ ଥିବାର କୁହାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ଜବରଦସ୍ତ ଲୋକଙ୍କୁ ନିଖୋଜ ହେବା ମାମଲାରେ ନଜର ରଖିବା ନିମନ୍ତେ ତିଆରି ହୋଇଥିବା ମାନବାଧିକାର ପରିଷଦର କାର୍ଯ୍ୟକାରୀ ସମୂହ ଏହି ବିଷୟରେ ଭାରତ ସରକାରଙ୍କ ସହିତ ହୋଇଥିବା ଆଲୋଚନାକୁ ଗୋପନୀୟ ବୋଲି କହିଛନ୍ତି । କିନ୍ତୁ ତାଙ୍କୁ ଏହି ସମ୍ବନ୍ଧରେ ଭାରତକୁ ପତ୍ର ଲେଖିବା କଥାକୁ ସ୍ୱୀକାର କରିଛନ୍ତି ।