Sun. Mar 8th, 2026

ଦୁଇ ମହିଳା ଦର୍ଶନାର୍ଥୀଙ୍କୁ ଫେରିଯିବାକୁ ବାଧ୍ୟ କଲା ପୁଲିସ

209 Views

ପାମ୍ବା, ଜାନୁଆରୀ ୧୯ : କେରଳର ସାବରିମାଲାସ୍ଥିତ ପାମ୍ବା ବେସ୍‌ କ୍ୟାମ୍ପ୍‌କୁ ଯାଉଥିବା ଦୁଇ ଜଣ ମହିଳାଙ୍କୁ ଶନିବାର ଦିନ ପୁଲିସ ଫେରିଯିବାକୁ ବାଧ୍ୟ କରିଛି।
ପ୍ରତିବାଦକାରୀମାନେ ପାମ୍ବା କ୍ୟାମ୍ପ୍‌ରେ ସମବେତ ହୋଇଥିବା କଥା ପୁଲିସ ସୂଚାଇ ଦେବାରୁ ସେମାନେ ଫେରି ଯାଇଥିଲେ।

ରେଶମା ନିଶାନ୍ତ ଏବଂ ଶନୀଳା ଗତ ସପ୍ତାହରେ ମଧ୍ୟ ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେମାନଙ୍କୁ ନୀଲିମାଲା ଠାରେ ଅଟକା ଯାଇଥିଲା। ଶନିବାର ଦିନ ସେମାନଙ୍କ ସହ ଥିଲେ ୬ ଜଣ ପୁରୁଷ ଲୋକ।

ନିରାପତ୍ତା ବିପନ୍ନ ହେବା ଆଶଙ୍କାରେ ରେଶମା ଓ ଶନୀଳାଙ୍କୁ ଏରୁମେଲିକୁ ସ୍ଥାନାନ୍ତର କରାଯାଇଛି।

By amfnews

Related Post