Sat. Mar 7th, 2026

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୩ ମୃତ

175 Views

ଭବାନୀପାଟଣା  :  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତୁଜୁଙ୍ଗ ରାସ୍ତାର ଫପ୍‌ସି ଛକ ଠାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମତ୍ୟୁ ଘଟିଛି। ଏଥସହ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ। ସନ୍ତୋଷଙ୍କ ଘର କଲେଜପଡ଼ାରେ, ପ୍ରସନ୍ନଙ୍କ ଘର ରାଣୀପଟାରେ ଏବଂ ଆକାଶଙ୍କ ଘର ସାଲେପଡ଼ାରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ଦୁଇଟି ବାଇକ୍‌ରେ ନିଜ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ପ୍ରସନ୍ନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଅନ୍ୟମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଡାକ୍ତରଖାନା ନେବା ବାଟରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆକାଶଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଆହତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

By amfnews

Related Post