Sat. Nov 23rd, 2024

ଦୀର୍ଘ ୭୦ ବର୍ଷ ପରେ ପୁଣି ଥରେ ଶୁଣିବାକୁ ମିଳିବ ବାପୁଙ୍କ ହୃଦ୍ ସ୍ପନ୍ଦନ

By amfnews Oct 1, 2018 #Featured
321 Views

ନୂଆଦିଲ୍ଲୀ, ଅକ୍ଟୋବର ୦୧ :  ମହାତ୍ମାଗାନ୍ଧୀଙ୍କ ହତ୍ୟାର ୭୦ ବର୍ଷ ପରେ ରାଷ୍ଟ୍ରୀୟ ଗାନ୍ଧୀ ସଂଗ୍ରାହଳୟରେ ତାଙ୍କର ହୃଦ୍ ସ୍ପନ୍ଦନ ଶୁଣିବାକୁ ମିଳିବ । ଏଥିରେ ଗାନ୍ଧୀଙ୍କର ଜୀବନକାଳ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଇସିଜି ରିପୋର୍ଟକୁ ଯୋଡି ନୂତନ ଭାବରେ ହୃଦ୍ ସ୍ପନ୍ଦନର ଡିଜିଟାଲ ରୂପ ପ୍ରସ୍ତୁତ କରାଯାଇଛି ।

ସଂଗ୍ରାହଳୟର ନିର୍ଦ୍ଦେଶକ ଏ. ଅନ୍ନାମଲାଇଙ୍କ କହିବା ଅନୁଯାୟୀ, ବାପୁଙ୍କର ଜନ୍ମଦିନ ପୂର୍ବ ସନ୍ଧ୍ୟାରେ ସଂଗ୍ରାହଳୟରେ ଅଂହିସା ଏବଂ ବିଶ୍ୱ ଶାନ୍ତି ବିଷୟରେ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ଅବସରରେ ଏକ ମଲ୍ଟି ମିଡିଆ କିଟ୍ ମଧ୍ୟ ଜାରି କରାଯିବ । ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ସହ ଜଡିତ ଫଟୋ ଏବଂ ଭିଡିଓ ସାମିଲ ରହିଛି । ଏହି କିଟକୁ ସାଧାରଣ ଜନତା ୩୦୦ ଟଙ୍କାରେ କିଣି ପାରିବେ । ଏହା ଏକ ପେନ ଡ୍ରାଇଭ୍ ଭଳି । ଏଥିରେ ଗାନ୍ଧୀଙ୍କ ଦ୍ୱାରା ଲିଖିତ ୨୦ଟି ପୁସ୍ତକ, ତାହା ଉପରେ ଲିଖିତ ୧୦ଟି ପୁସ୍ତକ, ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମିତ ଏକ ଡକ୍ୟୁମେଂଟାରୀ, ତାଙ୍କ ଜୀବନୀ    ସହ ଜଡିତ ୧୦୦ଟି ଫଟୋଗ୍ରାଫ୍, ତାଙ୍କ ସ୍ୱର, ଆଶ୍ରମର ଡିଜିଟାଲ ଭ୍ରମଣ ଏବଂ ତାଙ୍କ ପସନ୍ଦୀତା ଭୋଜନର ସଂଗ୍ରହ ରହିଛି ।

୧୯୧୨ରେ ମହାତ୍ମା ଗାନ୍ଧୀଙ୍କର ଗୋଖଲେଙ୍କ ସହ ଦକ୍ଷିଣ ଆଫ୍ରିକା ଯାତ୍ରାର ଏକ ଫୁଟେଜ୍ ଏକେ ଚଟ୍ଟିୟାରଙ୍କ ଡକ୍ୟୁମେଂଟାରୀ ମହାତ୍ମା ଗାନ୍ଧୀ : ୨୦ତମ ଶତାବ୍ଦୀର ସନ୍ଥରେ ସାମିଲ କରାଯାଇଛି । ଏହା ବୋଧହୁଏ ପ୍ରଥମ ଏବଂ ଶେଷ ଭିଡିଓ ଫୁଟେଜ୍ । ଭାରତ ଛାଡ ଆନ୍ଦୋଳନର ମଧ୍ୟ କେତେକ ଫଟୋ, ମହାତ୍ମା ତଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଏବଂ ଜବାହାରଲାଲ ନେହେରୁଙ୍କର କେତେକ ଭାଷଣ ଏଥିରେ ସାମିଲ ରହିଛି ।

By amfnews

Related Post