153 Views
ଭୁବନେଶ୍ୱର, ଜାନୁଆରୀ ୭ : ଦେଶରେ ଲକଡାଉନ୍ ଆରମ୍ଭରୁ ହିଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା ହୋଇଥିଲା । ମାତ୍ର ବର୍ତମାନ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ଆରମ୍ଭ ହୋଇଛି । ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସନ୍ତା କାଲି ଠାରୁ (ଜାନୁଆରୀ ୮) କ୍ଳାସରୁମ୍ ପାଠପଢା ଆରମ୍ଭ ହେବାକୁ ଯାଉଥିବା ବେଳେ । ଅନ୍ୟପଟେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟକୁ ମଧ୍ୟ ଖୋଲିବା ପାଇଁ ନିଷ୍ପତି ହୋଇଛି ।
ଆସନ୍ତା ଜାନୁଆରୀ ୧୧ରୁ ଖୋଲିବ ଓୟୁଏଟି । ଏଥିସହିତ ଓୟୁଏଟି ଅଧିନରେ ଥିବା ବାକି ୯ଟି ମହାବିଦ୍ୟାଳୟ ମଧ୍ୟ ୧୧ ତାରିଖରୁ ଖୋଲିବାକୁ ଯାଉଛି । କଲେଜ ଖୋଲିବା ସହିତ ୧୧ରୁ କ୍ଳାସରୁମ୍ ପାଠପଢା ମଧ୍ୟ ଆରମ୍ଭ କରାଯିବ ।
ତେବେ ସମସ୍ତ କୋଭିଡ୍ ନିୟମର ଅନୁପାଳନ କରି ପାଠପଢା ହେବ । ବର୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ସ୍ନାତକ(ୟୁଜି) ଶେଷବର୍ଷ, ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ପ୍ରଥମ ଓ ଦ୍ୱିତୀୟ ବର୍ଷ, ପିଏଚ୍ଡି ଛାତ୍ରଛାତ୍ରୀ କ୍ଲାସ କରିବେ।