Mon. Nov 25th, 2024

ଦୀର୍ଘ ୧୦ ମାସ ପରେ ଆଜିଠୁ ଖୋଲୁଛି ଅଙ୍ଗନୱାଡ଼ି

By amfnews Feb 1, 2021 #Featured
133 Views

ଭୁବନେଶ୍ୱର, ଫେବୃଆରୀ ୧ : କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଧରି ରାଜ୍ୟରେ ବନ୍ଦ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ଆଜି ଠାରୁ ଖୋଲୁଛି । 

ପୁରା କରୋନା କଟକଣା ମଧ୍ୟରେ କୁନି କୁନି ପିଲା କେନ୍ଦୁ ଆସିବେ ଏଥିପାଇଁ ସ୍ୱତନ୍ତ୍ର ଗାଇଡତ ଲାଇନ୍ସ ମଧ୍ୟ ଜାରି କରାଯାଇଛି । ପ୍ରତିଦିନ ୨ ଘଣ୍ଟା (ସକାଳ୯ ଟାରୁ ୧୧ଟା) ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । ଏହି ମସୟ ମଧ୍ୟରେ ପିଲାମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାର ସ୍ୱତନ୍ତ୍ର ଏସଓପି ଜାରି କରି ସୂଚନା ଦେଇଛନ୍ତି ।

କୁନି କୁନି ପିଲାଙ୍କ ପ୍ରତି କରୋନା ସଂକ୍ରମଣର ଯଥେଷ୍ଟ ଅଧିକ ଭୟ ରହୁଥିବାରୁ ବର୍ତମାନ ପରିସ୍ଥିତିରେ ସୋମନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ କେନ୍ଦ୍ରରେ କଡାକଡି ଭାବରେ ସବୁ କୋଭିଡ୍ ନିୟମ ଅନୁପାଳନ ହେଉଛି କି ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

By amfnews

Related Post