Wed. Dec 25th, 2024

ଦୀର୍ଘ ସମୟ ଧରି ଶାସନରେ ରହିଥିବା ଦଳ ବିକାଶକୁ ରୋକୁଛି- ନରେନ୍ଦ୍ର ମୋଦୀ

By amfnews Jul 14, 2018 #Featured
373 Views

ୟୁପି, ଜୁଲାଇ ୧୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜମଗଡରେ ପୂର୍ବାଂଚଳ ଏକସପ୍ରେସ-ବି ର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ଏହି ପ୍ରକଳ୍ପ ପୂର୍ବ ଭାରତର ବିକାଶରେ ସହାୟ ହେବ ବୋଲି କହିଛନ୍ତି । ଏହି ବିକାଶର ଗଙ୍ଗା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୋଦୀ କହିଛନ୍ତି । ଏହା ସହ ବୁନ୍ଦେଲଖଣ୍ଡରେ ଏପରି ଆଉ ଏକ ଏକସପ୍ରେସ୍ ୱେ-୩କୁ ପ୍ରସ୍ତୁତ କରାଯିବ ।

ଏହି ଜନସଭାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଛନ୍ତି ମୋଦୀ । ଗତ ଏକ ବର୍ଷ ମଧ୍ୟରେ ଯେଉଁଭଳି ଭାବେ ୟୁପି ସରକାର ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ତାହା ଅଦ୍ଭୁତପୂର୍ବ । ଯୋଗୀ ସରକାର ବଡ ଶିଳ୍ପକୁ ରାଜ୍ୟରେ ନିବେଶ କରିବା ସହ କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ଆଜି ଉତରପ୍ରଦେଶ ଜନତାଙ୍କ ଟଙ୍କା ସେମାନଙ୍କ ବିକାଶରେ ବ୍ୟବହାର ହେଉଥିବା ମୋଦୀ କହିଛନ୍ତି ।

କଂଗ୍ରେସକୁ ଟାର୍ଗେଟ୍ କରିବା ସହ ମୋଦୀ ୨୦୧୪ ପୂର୍ବରୁ ଥିବା ଦେଶର ସମସ୍ତ ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇଥିବା କହିଛନ୍ତି । ଦେଶ ସ୍ୱାଧିନ ହେବା ପରେ ଯାହା କାମ ହୋଇଛି ତାକୁ ଭାଜପା ସରକାର ମାତ୍ର ୪ବର୍ଷରେ କରି ଦେଖାଇଛି । କଂଗ୍ରେସ କେବଳ ନିଜ ପରିବାର ସମ୍ପତି ବୃଦ୍ଧି କରିଥିବା ବେଳେ ଦେଶର ବିକାଶ ପାଇଁ କିଛି କରି ନଥିବା ମୋଦୀ କହିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି କି, ଭାଜପା ସରକାର ତ୍ରିପଲ ତଲାକ ସମ୍ବନ୍ଧରେ ନିୟମ ଆଣିବା ପାଇଁ ଚାହିଁଥିଲେ କିନ୍ତୁ କଂଗ୍ରେସ ତାହାକୁ ବିଫଳ କରିଥିଲା ।  କଂଗ୍ରେସ ଦଳ କେବଳ ମୁସଲିମ୍ ମହିଳାଙ୍କ ସ୍ୱାଭିମାନକୁ ଗୁରୁତ୍ୱ ନ ଦେଇ ପୁରୁଷଙ୍କୁ ଗୁରୁତ୍ୱ ଦେଉଛି । କଂଗ୍ରେସ ଦଳର ଚିନ୍ତାଧାରା ବର୍ତମାନ ସମୟର ନ ହୋଇ ୧୮ତମ ଶତାବ୍ଦୀରେ ଅଟକିଛି  ।

ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୋଦୀ । ପୂର୍ବରୁ ଏହି ଦୁଇ ଦଳ ଉଭୟଙ୍କୁ ପସନ୍ଦ କରୁ ନଥିବା ବେଳେ ବର୍ତନମାନ ମିଶିକରି ନିର୍ବାଚନ ଲଢୁଛନ୍ତି । ସମସ୍ତ ପରିବାରବାଦ ନେତା ଜନତାଙ୍କ ବିକାଶକୁ ରୋକୁଛନ୍ତି ବୋଲି ମୋଦୀ କହିଛନ୍ତି ।

By amfnews

Related Post