Sat. Mar 7th, 2026

ଦିଲ୍ଲୀରେ ହିଂସା ରଚୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ

161 Views

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଜାଣିବାକୁ ପାଇଛି ପୂର୍ବ ଦିଲ୍ଲୀର ସୀମାପୁରୀ ଓ ସୀଲାମପୁରରେ ଘଟିଥିବା ହିଂସାରେ ବହୁ ବେଆଇନ ଅନୁପ୍ରବେଶକାରୀ ଥିଲେ। ସେମାନେ ସମସ୍ତେ ବାଂଲାଦେଶୀ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି।

ପ୍ରାୟ ୧୫ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦିଲ୍ଲୀ ପୁଲିସ୍‌ ଚିହ୍ନଟ କରିପାରିଛି। ସେମାନେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହେଉଥିବା ଆନ୍ଦୋଳନରେ ହିଂସା କାଣ୍ଡ ଘଟାଉଥିଲେ। ସୀମାପୁରୀ ଅଞ୍ଚଳରେ ଶୁକ୍ରବାର ପ୍ରାର୍ଥନା ପରେ ଘଟିଥିବା ହିଂସା ଏମାନେ ହିଁ ଭିଡ଼ ଭିତରୁ କରୁଥିଲେ ବୋଲି ଜଣାପଡ଼ିଛି। ଏମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି କୁହାଯାଉଛି।

ଦୁଇ ଡଜନ୍‌ ପିଏଫ୍‌ଆଇ କର୍ମୀ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବା କୁହାଯାଉଛି। ହିଂସାବେଳେ ସେମାନେ ଘଟଣାସ୍ଥଳରେ ଥିଲେ କି ନା ବର୍ତ୍ତମାନ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୁଲିସ୍‌ କହିଛି, ବେଆଇନ ଭାବେ ଭାରତକୁ ପଶିଆସିଥିବା ବାଂଲାଦେଶୀ ମୁସଲିମ୍‌ ଏହି ହିଂସାକାଣ୍ଡ ଘଟାଇଥିବା ପ୍ରମାଣ ମିଳିଛି। ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଏଭଳି କିଛି ବାଂଲାଦେଶୀ ଭିଡ଼ ଭିତରୁ ଗୁଳି ମଧ୍ୟ ଚଲାଉଥିଲେ।

By amfnews

Related Post