Fri. Mar 6th, 2026

ଦିଲ୍ଲୀରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ଦିଲ୍ଲୀ ପୋଲିସ, ଦୁଇ ଆତଙ୍କବାଦୀ ଗିରଫ ଅସ୍ତ୍ରଶସ୍ତ୍ର ଜବତ

328 Views

ନୂଆଦିଲ୍ଲୀ, ନଭେମ୍ବର ୧୭ : ରାଜଧାନୀକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଛି। ସୋମବାର ରାତିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ ଗିରଫ କରିଛି। ଗିରଫ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହ ଜଡିତ ଥିଲେ ଏବଂ ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଷଡଯନ୍ତ୍ର ରଚୁଥିଲେ ବୋଲି ଜଣାପଡିଛି ।

ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସୋମବାର ରାତି ପ୍ରାୟ 10 ଟା ସମୟରେ ସରାଇକଲେ ଖାଁ ମିଲେନିୟମ୍ ପାର୍କ ନିକଟରେ ଉଭୟ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ପୋଲିସ ସେମାନଙ୍କ ନିକଟରୁ ଦୁଇଟି ସେମି ଅଟୋମେଟିକ୍ ପିସ୍ତଲ ଏବଂ 10 ଟି ଲାଇଭ କାର୍ଟ୍ରିଜ ଜବତ କରିଛି।

ପୋଲିସର ସୂଚନାନୁସାରେ ଗିରଫ ଆତଙ୍କବାଦୀଙ୍କ ନାମ ଅବଦୁଲ ଲତିଫ ମିର ଏବଂ ଆଶରଫ ଖତାନା ବୋଲି କୁହାଯାଇଛି। ଉଭୟ ଜାମ୍ମୁ କାଶ୍ମୀରର ବାସିନ୍ଦା (ଜଣେ ବାରାମୁଲ୍ଲା ଥିବାବେଳେ ଅନ୍ୟ ଜଣେ କୁପୱାଡା) | ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁଇ ଆତଙ୍କବାଦୀଙ୍କ ଦିଲ୍ଲୀରେ ମଧ୍ୟ ସମ୍ପର୍କ ରହିଛି। ଜାତୀୟ ରାଜଧାନୀରେ ରହୁଥିବା VIP ଏବଂ VVIP ମାନେ ତାଙ୍କ ଟାର୍ଗେଟରେ ରହିଥିଲେ ବୋଲି ଜଣାପଡିଛି | ବର୍ତ୍ତମାନ ଉଭୟଙ୍କୁ ପଚରାଉଚରା କରାଯାଉଛି।

By amfnews

Related Post