Tue. Dec 24th, 2024

ଦିଲ୍ଲୀରେ କରୋନାର ଆଉ ଏକ ରେକର୍ଡ: ୨୪ ଘଣ୍ଟାରେ ୩୦୬ ମୃତ, ୨୬ ହଜାର ସଂକ୍ରମିତ

By amfnews Apr 23, 2021 #Featured
147 Views

ନୂଆଦିଲ୍ଲୀ, ଏପ୍ରିଲ ୨୩ : ଦିଲ୍ଲୀରେ କରୋନା ଭାଇରସ ମହାମାରୀ ଅଧିକ ଉଗ୍ର ରୂପ ଧାରଣ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୦୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥି ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାର ୧୯୩କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୧୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଜାତୀୟ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୫୬ ହଜାର ୩୪୮କୁ ବୃଦ୍ଧି ପାଇଛି । 

କେବଳ ସେତିକି ନୁହେଁ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ହାର ମଧ୍ୟ ବଢ଼ିଚାଲିଛି । କରୋନା ସଂକ୍ରମଣ ଦର ୩୬.୨୪ ପ୍ରତିଶତକୁ ପହଂଚିଛି । ଏଥ ସହିତ ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୬୧୮ରେ ପହଂଚିଛି । କରୋନା ଭାଇରସ ସଂକ୍ରମଣ ନେଇ ଗୋଟିଏ ପରେ ଗୋଟିଏ ରେକର୍ଡ ଅତିକ୍ରମ ହେଉଛି । ବର୍ତ୍ତମାନ ୪୬ ହଜାର ୫୮୫ ଜଣ ରୋଗୀ ଆଇସୋଲେଶନରେ ଭର୍ତ୍ତି ହୋଇଛନ୍ତି । ସୁସ୍ଥତା ହାର ୮୯.୦୪କୁ ହ୍ରାସ ପାଇଛି । ୨୦୨୦ ନଭେମ୍ବର ୧୩ ପରେ ଏହା ସବୁଠାରୁ କମ । ସେହି ସମୟରେ ସୁସ୍ଥତା ହାର ୮୯.୧ ପ୍ରତିଶତ ଥିଲା । 

By amfnews

Related Post