233 Views
ନୂଆଦିଲ୍ଲୀ, ଅକ୍ଟୋବର ୨୮ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ୍ ଖୁରାନାଙ୍କ ପରଲୋକ ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର କୀର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ହରିଶ୍ ଖୁରାନା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା।
ଗତ କିଛି ଦିନ ହେବ ଖୁରାନା ଛାତି ସଂକ୍ରମଣ ଓ ଜ୍ୱରରେ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ପୁଅ ହରିଶ୍ କହିଛନ୍ତି।
ମଦନ ଲାଲ୍ ଖୁରାନାଙ୍କ ମୃତ୍ୟୁ ଖବରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂଙ୍କ ସମେତ ବହୁ ରାଜନୈତିକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ତାଙ୍କ ବଡ଼ ପୁଅ ବିମଲ ଖୁରାନାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା।
ମଦନ ଲାଲ୍ ଖୁରାନା ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୪ରେ ସେ ରାଜସ୍ଥାନର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇ ଥିଲେ।
ମଦନ ଲାଲ୍ଙ୍କ ଜନ୍ମ ୧୯୩୬ ଅକ୍ଟୋବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ।