172 Views
ନୂଆଦିଲ୍ଲୀ, ନଭେମ୍ବର ୧୦: ରାଜଧାନୀ ଦିଲ୍ଲୀରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ରୋହିଣୀ ସେକ୍ଟର ୨୬ରେ ଥିବା ବସ୍ତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାଁନ୍ତି । ମୋତିନଗର ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି କି, ବିଳମ୍ବିତ ରାତିରେ ରୋହିଣୀ ସେକ୍ଟରରେ ଏକ ଚାଳଝୁମ୍ପୁଡି ଘରେ ନିଆଁ ଲାଗିଥିବାର ଖବର ମିଳିଥିଲା । ସୂଚନା ମିଳିବା ପରେ ଦମକଳ ଗାଡି ଘଟଣାସ୍ଥଳରେ ପହଂଚିଥିଲା ।
ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ବେଳକୁ ପ୍ରାୟ ୧୫୦ ଘର ନିଆଁରେ ପୋଡି ସାରିଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରି ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ କି, ଏହି ଅଗ୍ନିକାଣ୍ଡର କାରଣ ଦୁଇ ଗୋଷ୍ଠି ମଧ୍ୟରେ ଉପୁଜିଥିବା ବିବାଦ କାରଣରୁ ହୋଇଛି ।
ସ୍ଥାନୀୟ ଲୋକ ସୂଚନା ଦେବାରୁ ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ପଚରା ଉଚରା କରିବା ସହ ତଦନ୍ତ କାର୍ଯ୍ୟ ଜାରୀ ରଖିଛି । ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।