Tue. Nov 5th, 2024

ଦିଲ୍ଲୀ ସରକାରଙ୍କୁ ବିରୋଧ, ଆଜି ଜାତୀୟ ରାଜଧାନୀରେ ୪୦୦ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

By amfnews Oct 22, 2018 #Featured
160 Views

Khabar Odisha:About-400-petrol-pumps-shutdown-in-national-capital-New-Delhi
ନୂଆଦିଲ୍ଲୀ, ଅକ୍ଟୋବର ୨୨: ପେଟ୍ରୋଲ ଓ ଡିଜେଲରୁ ଭ୍ୟାଟ ହ୍ରାସ କରିବା ନେଇ ମନା କରିବା ପରେ ଦିଲ୍ଲୀ ସରକାରଙ୍କୁ ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ ବିରୋଧ କରିଛି । ରାଜ୍ୟ ସରକାରଙ୍କ ବିରୋଧରେ ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର ୪୦୦ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ ରହିଛି । କେନ୍ଦ୍ର ସରକାର ବିଗତ କିଛି ଦିନ ତଳେ ପେଟ୍ରୋଲ ଓ ଡିଜେଲ ଅଢ଼େଇ ଟଙ୍କା ହ୍ରାସ କରିିଥିଲେ ମଧ୍ୟ ରାଜ୍ୟ ସରକାର ଭ୍ୟାଟ ହାସ କରୁ ନାହାନ୍ତି । ଅନ୍ୟପକ୍ଷରେ ଅନେକ ରାଜ୍ୟରେ ସେଠାକାର ସରକାର ପେଟ୍ରୋଲ ଓ ଡିଜେଲରୁ ଭ୍ୟାଟ ହ୍ରାସ କରିଛନ୍ତି ।

ଦିଲ୍ଲୀର ପଡୋଶୀ ଉତ୍ତରପ୍ରଦେଶ ଓ ହରିୟାଣା ସରକାର ଅକ୍ଟୋବର ୫ରେ ପେଟ୍ରୋଲ ଓ ଡିଜେଲରୁ ଭ୍ୟାଟ ହ୍ରାସ କରିଥିଲେ କିନ୍ତୁ ଦିଲ୍ଲୀ ସରକାର ଏହା କରି ନାହାନ୍ତି । ଏହି କାରଣରୁ ଦିଲ୍ଲୀରେ ପେଟ୍ରୋଲ ୨୦ ପ୍ରତିଶତ ଓ ଡିଜେଲ ୩୦ ପ୍ରତିଶତ ବିକ୍ରି କମ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତି ଘରୋଇ ପେଟ୍ରୋଲ ପମ୍ପ ଡିଲରମାନେ ଅସନ୍ତୋଷ ଦେଖାଯାଇଛନ୍ତି । ଘରୋଇ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲେ ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିଛି ।

ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜନୀତି ହୋଇଛି ବୋଲି କହିଛନ୍ତି । ତେଲ ବୃଦ୍ଧି ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ପେଟ୍ରୋଲ-ଡିଲର ଆସୋସିଏସନ (ଡିପିଡିଏ) କହିଛି, ଦିଲ୍ଲୀରେ ପାଖାପାଖି ୪୦୦ ପେଟ୍ରୋଲ ପମ୍ପ ଅକ୍ଟୋବର ୬ଟାରୁ ଅକ୍ଟୋବର ୨୩ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଡିପିଡିଏ ଅଧ୍ୟକ୍ଷ ନିଶ୍ଚଳ ସିଘାଂନିଆ କହିଛନ୍ତି, କେନ୍ଦ୍ର ସରକାର ସେପ୍ଟେମ୍ବର ୪ରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଲ୍କ ସହିତ ୨.୫୦ ଟଙ୍କା ଲିଟର ପ୍ରତି ହ୍ରାସ କରିଥିଲେ । ଏହା ପରେ ପଡୋଶୀ ହରିୟାଣା ଓ ଉତ୍ତରପ୍ରଦେଶ ସରକାର ତେଲ ଦର କମ କରିଥିଲେ, କିନ୍ତୁ ଦିଲ୍ଲୀ ସରକାର ଏହା କରି ନାହାନ୍ତି । ଫଳରେ ଜାତୀୟ ରାଜଧାନୀରେ ତେଲ ଦର ମହଙ୍ଗା ହୋଇଛି ।

By amfnews

Related Post