Sun. Jun 8th, 2025

ଦିଲ୍ଲୀ ଫାର୍ମହାଉସ୍‌ରେ ପୂର୍ବତନ ବିଧାୟକଙ୍କ ନବବର୍ଷ ପାଳନ ଗୁଳିଚୋଟରେ ମହିଳା ଆହତ

By amfnews Jan 2, 2019 #Featured
148 Views

ନୂଆଦିଲ୍ଲୀ, ଜାନୁୟାରୀ ୦୨ : ଦିଲ୍ଲୀର ଗୋଟାଏ ଫାର୍ମହାଉସ୍‌ରେ ନବବର୍ଷକୁ ସ୍ୱାଗତ ଜଣାଇ ଫୁଟା ଯାଇଥିବା ଏକ ଗୁଳି ଚୋଟରେ ଜଣେ ମହିଳା ଆହତ ହୋଇଛନ୍ତି। ପୂର୍ବତନ ଜେଡିୟୁ ବିଧାୟକ ରାଜୁ ସିଂହ ଉକ୍ତ ଗୁଳିଟି ଫୁଟାଇଥିଲେ। ରାଜୁ ସିଂହ ନିଜ ମାଆଙ୍କ ନାମରେ ଥିବା ଉକ୍ତ ଫାର୍ମହାଉସ୍‌ରେ ନବବର୍ଷ ପାର୍ଟି ଆୟୋଜନ କରିଥିଲେ।

ଡିସେମ୍ବର ୩୧ ତାରିଖ ସନ୍ଧ୍ୟାବେଳେ ନବବର୍ଷ ପାଳନ ନିମନ୍ତେ ଅନ୍ୟ ଅତିଥିମାନଙ୍କ ଭଳି ଅର୍ଚ୍ଚନା ନାମ୍ନା ସେ ମହିଳା ସ୍ୱାମୀ ବିକାଶ ଗୁପ୍ତଙ୍କ ସାଙ୍ଗରେ ଫତେପୁରବେରି ଠାରେ ଥିବା ରାଜୁଙ୍କ ଫାର୍ମହାଉସ୍‌କୁ ଯାଇଥିଲେ। ବିକାଶ ଏବଂ ରାଜୁ ସାଙ୍ଗ। କୁହାଯାଉଛି ମଧ୍ୟରାତ୍ରୀ ହେବାକୁ କିଛି ମୁହୂର୍ତ୍ତ ବାକି ଥିବା ବେଳେ ରାଜୁ ବନ୍ଧକ ବାହାର କରି ଦୁଇ ରାଉଣ୍ଡ୍‌ ଫାଙ୍କା ଗୁଳି ଚାଳନା କରିଥିଲେ। ସେଥିରୁ ଗୋଟାଏ ବାଜିଗଲା ଅର୍ଚ୍ଚନାଙ୍କ ମୁଣ୍ଡରେ। ବିକାଶ ଥାନାରେ ଦେଇଥିବା ଏତଲା ଅନୁସାରେ, ଅର୍ଚ୍ଚନା ତୁରନ୍ତ ତଳେ ପଡ଼ିଗଲେ ଏବଂ ତାଙ୍କ ମୁଣ୍ଡରୁ ରକ୍ତ ବୋହିଲା। ତୁରନ୍ତ ତାଙ୍କୁ ବସନ୍ତକୁଞ୍ଜସ୍ଥିତ ଫର୍ଟିସ୍‌ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ବିକାଶଙ୍କ ଅଭିଯୋଗ ଭିତ୍ତିତରେ ମାମଲା ରୁଜୁ ହେବା ପରେ ରାଜୁ ନିରୁଦ୍ଦେଶ ହୋଇ ଯାଇଛନ୍ତି। ତାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି। ସେ ଅଞ୍ଚଳର ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି। କ୍ଷୋଭର କଥା ହେଲା ସେ ପାର୍ଟିରେ ଅନେକ ଅତିଥି ଥିଲେ ମଧ୍ୟ କେହି ଘଟନା ସଂକ୍ରାନ୍ତରେ ପୁଲିସକୁ କିଛି କହୁ ନାହାନ୍ତି।

By amfnews

Related Post