Fri. Dec 27th, 2024

ଦିଗବିଜୟଙ୍କ ଟାଗେର୍ଟ: କହିଲେ- ସିନ୍ଧିଆ ଯିବା ପରେ କଂଗ୍ରେସ ପୁଣି ଜୀବିତ ହେଲା

By amfnews Aug 24, 2020 #Featured
221 Views

ଭୋପାଳ, ଅଗଷ୍ଟ ୨୪ : ମଧ୍ୟପ୍ରଦେଶରେ ଦିଗବିଜୟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଜାରି ଥିବା ରାଜନୀତି କମ ହେଉ ନାହିଁ । ରବିବାର ପୁଣି ଥରେ ସିନ୍ଧିଆଙ୍କୁ ଟାଗେର୍ଟ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ । ସେ କହିଛନ୍ତି, ମୁଁ କେବେ ଭାବି ନଥିଲି ଯେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ଅତି ନିକଟତର ଜ୍ୟୋତିରାଦିତ୍ୟ ସିନ୍ଧିଆ କେବେ ପାର୍ଟି ଛାଡ଼ି ଚାଲିଯିବେ । ଦିଗବିଜୟ କହିଛନ୍ତି, ସିନ୍ଧିଆ ଦଳ ଛାଡ଼ି ଯିବା ପରେ କଂଗ୍ରେସ ପୁଣି ଜୀବନଦାନ ପାଇଛି ।

ଦିଗବିଜୟ କହିଛନ୍ତି, ମୋର ଆଶା ଥିଲା ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ ସବୁ କିଛି ଦେଇଛି । ସେ ରାହୁଲ ଓ ପ୍ରିୟଙ୍କାଙ୍କ ଅତି ନିକଟତର ଥିଲେ । ସେ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ଥିଲେ । ସେ ପାର୍ଟି ଛାଡ଼ି ଚାଲିଗଲେ । ସେ କହିଛନ୍ତି ଲୋକେ କହୁଥିଲେ ଯେ, ଜ୍ୟୋତିରାଦିତ୍ୟ ଚାଲିଯିବା ପରେ ଗ୍ୱାଲିୟର-ଚମ୍ବଲ ଅଂଚଳରୁ କଂଗ୍ରେସ ନିଶ୍ଚିହ୍ନ ହୋଇଯିବ । କିନ୍ତୁ ସେ ଯିବା ପରେ କଂଗ୍ରେସ ପୁଣି ଜୀବିତ ଅବସ୍ଥାକୁ ଫେରିଆସିଛି ।

ମଧ୍ୟ ପ୍ରଦେଶରେ ଆଗାମୀ ଦିନରେ ୨୭ଟି ଆସନରେ ଉପନିର୍ବାଚନ ହେବ । ଏନେଇ ରାଜନୀତି ଗରମାଗରମ ସ୍ଥିତିରେ ପହଂଚିଛି । କଂଗ୍ରେସ ଓ ବିଜେପି ନେତା ଜଣେ ଅନ୍ୟକୁ ଟାର୍ଗେଟ କରୁଛନ୍ତି । କିଛି ଦିନ ପୂର୍ବରୁ କଂଗ୍ରେସର ଅନେକ ନେତା ସିନ୍ଧିଆଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । କୁହାଯାଉଛି ଯେ, ଆଗାମୀ ଉପନିର୍ବାଚନରେ କଂଗ୍ରେସକୁ ବଡ଼ କ୍ଷତି ହୋଇପାରେ ।

By amfnews

Related Post