Tue. Jun 10th, 2025

‘ଦି କପିଲ ଶର୍ମା ସୋ’କୁ ଫେରୁଛନ୍ତି ସୁନୀଲ ଗ୍ରୋଭର୍‌!

By amfnews Sep 16, 2019 #Featured
207 Views

ମୁମ୍ବାଇ  :  ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ପୁଣି ଥରେ ସମସ୍ତଙ୍କୁ ପସନ୍ଦ ଆସୁଛି। ହେଲେ ଏବେ ବି ଜଣଙ୍କର ଅଭାବତା ଅନୁଭବ କରୁଛନ୍ତି ଦର୍ଶକ।ସେ ହେଲେ ସୁନୀଲ ଗ୍ରୋଭର । ଅତୀତରେ କପିଲ ଶର୍ମାଙ୍କ ସହ ଏହି ସୋ’ରେ ସୁନୀଲ ଡାକ୍ତର ଗୁଲାଟି ଏବଂ ରିଙ୍କୁ ଭାଭି ଚରିତ୍ରରେ ବେଶ୍‌ ମଜାଦାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ଡକ୍ଟର ଗୁଲାଟି ନାଆଁରେ ଦର୍ଶକମାନଙ୍କ ମଧ୍ୟରେ ଆଜି ବି ବେଶ୍‌ ଲୋକପ୍ରିୟ ଅଛନ୍ତି ଅଭିନେତା ସୁନୀଲ ଗ୍ରୋଭର୍‌।

सलमान खान प्रोड्यूस कर रहे हैं कपिल का शो
ପୁଣି ଥରେ ଚର୍ଚ୍ଚା ଆରମ୍ଭ ହେଲାଣି କି କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ପୁଣି ଥରେ କାମ କରିବେ ସୁନୀଲ ଗ୍ରୋଭର୍‌।ସେ ଏହି ସୋ’କୁ ଫେରୁଥିବା କଥା ତାଙ୍କର ଏକ ଟୁଇଟରୁ ଅନୁମାନ କରାଯାଉଛି। ସୁନୀଲ ଗ୍ରୋଭର୍‌ ଟୁଇଟ କରି ଲେଖିଛନ୍ତି ‘ସବୁକିଛି ମିଳିଯାଏ, କିଛି ବି ସବୁ ଦିନପାଇଁ ରହେ ନାହିଁ, ଏଶୁ ସବୁବେଳେ ଅନ୍ୟମାନଙ୍କ ପାଖରେ କୃତଜ୍ଞ ରୁହ,ଏହାମୂଳ ମନ୍ତ୍ର, ଆଉ ହଁ ଖୁବ୍ ହସ । ବାକି …ମୋର ସ୍ବାମୀ।

By amfnews

Related Post