Sat. Mar 7th, 2026

ଦାରିଦ୍ର୍ୟ ତାଡ଼ନାରେ ବିଷ ପିଇଲେ ମାଆ ଓ ଦୁଇ ପିଲା; ମାଆ ମୃତ, ଦୁଇ ପିଲା ଚିକିତ୍ସାଧୀନ

235 Views

ମାଲକାନଗିରି: ଗତରାତିରେ ନିଜର ଦୁଇ ପିଲାଙ୍କ ସହ ବିଷ ପିଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ମାଆଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ତାଙ୍କର ଦୁଇ ପିଲାଙ୍କର ଅବସ୍ଥା ଅତି ଗୁରୁତର ଅଛି।

ଉତ୍କଟ ଦାରିଦ୍ର୍ୟ ତାଡ଼ନାରେ ମାଲକାନଗିରି ନିକଟସ୍ଥ ଗୌଡ଼ଗୁଡ଼ା ଗ୍ରାମର ସେ ମହିଳା ସୀତା ମାଡ଼କାନୀ ତାଙ୍କର ୮ ବର୍ଷୀୟ ଝିଅ ଧରିତ୍ରୀ ଓ ୫ ବର୍ଷର ପୁଅ ଦେବେନ୍ଦ୍ରକୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ। ଆଜି ସକାଳେ ପଡ଼ୋଶୀମାନେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଆଣିଥିଲେ। ପ୍ରାୟ ବର୍ଷେ ହେବ ସୀତାଙ୍କର ସ୍ୱାମୀ ବିୟୋଗ ହୋଇଥିଲା।

By amfnews

Related Post