Fri. Mar 6th, 2026

ଦାମଙ୍କର ଟିଟୋ ସହିତ ସମ୍ପର୍କ ରହିଛି: ସୂର୍ଯ୍ୟ ପାତ୍ର

313 Views

ଦୁଇ ଦିନ ତଳେ ଏକ ଘରୋଇ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଡା. ରାଉତ କହିଥିଲେ ଯେ ସ୍ୱାର୍ଥ ପାଇଁ ସୂର୍ଯ୍ୟ ପାତ୍ର ଯେ କୌଣସି ସ୍ତରକୁ ଯାଇ ପାରିବେ। ମନ୍ତ୍ରୀ ସୂର୍ଯ୍ୟ ପାତ୍ର  ଅତି ତଳକୁ ଯାଇ ନବୀନ ପଟ୍ଟନାୟକଙ୍କ ଚାକର ହୋଇ ପାରିବେ। ତାଙ୍କ ପୁଅ ବିପ୍ଳବ ପାତ୍ର ପିତା ନାରାୟଣ ପାତ୍ର ନାମରେ  ଜମି ହଡ଼ପ କରିଥିବା ନେଇ ଡା. ରାଉତ ଅଭିଯୋଗ କରିଥିଲେ। ଆଜି ଡା ରାଉତଙ୍କ ଏହି ମନ୍ତବ୍ୟର ପ୍ରତି ଜବାବ ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସିଧାସଳଖ କହିଛନ୍ତି ଯେ ଦାମ ରାଉତଙ୍କର ଟିଟୋ ସହିତ ସମ୍ପର୍କ ରହିଛି। ଟିଟୋ ସହାୟତାରେ ପାରାଦୀପ ଇଫ୍‌କୋ କାରାଖାନା କର୍ତ୍ତୃପକ୍ଷଙ୍କୁ ଡ଼ରାଇ ଧମକାଇ ତାଙ୍କ ପୁଅ ଏହାର ପରିବହନ ଠିକା ହାସଲ କରିଛନ୍ତି।ଅପରପକ୍ଷେ ସୂର୍ଯ୍ୟ ପାତ୍ରଙ୍କ ଏ ଅଭିଯୋଗର ମଧ୍ୟ ଜବାବ ଦେଇଛନ୍ତି ଡା. ରାଉତ। କହିଛନ୍ତି, ସୂର୍ଯ୍ୟପାତ୍ର ଯେ କୌଣସି ସଂସ୍ଥା ଜରିଆରେ ଘଟଣାର ତଦନ୍ତ କରିପାରନ୍ତି।

By amfnews

Related Post