Sat. Mar 7th, 2026

ଦାଦନ ଶ୍ରମିକ ଚାଲାଣ କୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସାମ୍ବାଦିକ ସମ୍ବିଳନୀ

208 Views

କୋରାପୁଟ, ନଭେମ୍ବର ୨୫: କୋରାପୁଟ ଜିଲ୍ଲା ପୋଟାଙ୍ଗୀ ବ୍ଲକ ପେଟୁର ପଂଚାୟତ ଜିଲା ଗୁଣ୍ଠା ଗ୍ରାମ ର ୧୩ ଜଣ ଯୁବକ  ଓ ୭ ଜଣ ଯୁବତୀ ଙ୍କୁ ଲିଙ୍ଗା ଖରା ନାମକ ଦଲାଲ ବେଙ୍ଗୁଲୁରୁ ଏକ ଘରୋଇ କମ୍ପାନୀରେ କାମରେ ଲଗାଇ ଥିଲେ | ଯୁବକ ଯୁବତୀ ମାନେ ରାତି ଦିନ କାର୍ଯ୍ୟ ରେ ଲଗାଇ ମାନସିକ ନିୟୋଜିତ କରାଇଥିଲେ | ସେଠାରେ ସେମାନଙ୍କୁ ନାନା ପ୍ରକାର ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣି ଗତ ୬ତାରିଖରେ ପଟ୍ଟାଙ୍ଗୀ ଥାନାରେ ଏତଲା ଦେଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା।
ସେଇଠାର ସ୍ଥାନୀୟ ପୋଲିସ ଖବର ପାଇ ପୋଟାଙ୍ଗୀ ପୋଲିସ କୁ ଯୋଗାଯୋଗ କରି ସୁନାବେଡା ଏସଡ଼ିପିଓ  ନେତୃତ୍ୱ ରେ ଉଦ୍ଧାର କରାଯାଇଥିଲା | ସେମାନଙ୍କୁ ଶୁକ୍ରବାର ସୁନାବେଡା ଅଣାଯାଇଛି। ଶନିବାର ସୁନାବେଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ନିରଞ୍ଜନ ବେହେରା ଏହି ସୂଚନା ଦେଇଛନ୍ତି। ଏଥିରେ  ଯୁବକ  ଏବଂ ଯୁବତୀ ର ଚାଲାଣ ବାକ୍ତିଙ୍କୁ କେସ  ନୁଁମ୍ବର ୧୨୮/୧୮  ମାମଲା ରୁଜୁ କରି ଗିରଫ କରାଯାଇଥିବା ଏସଡ଼ିପିଓ ସାମ୍ବାଦିକ ସମ୍ବଳିନୀ ରେ ସୂଚନା ଦେଇଛନ୍ତି |  ଏଥିସହ ଚାଲାଣକାରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଜେରା ପରେ ତାଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି।

By amfnews

Related Post