125 Views
ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ସାମନାରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଠାବ କରାଯାଇଛି। ଆଜି ସକାଳେ ମୃତଦେହଟି ଡ୍ରେନ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ପୁଲିସ୍କୁ ଖବର ଦେଇଥିଲେ।
ଟାଉନ୍ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ କେଉଁ ପରିସ୍ଥିତିରେ ଓ କିପରି ବୃଦ୍ଧଙ୍କ ମୃତ୍ୟୁ ଘଟିଲା ଓ ତାଙ୍କର ପ୍ରକୃତ ପରିଚୟ କ’ଣ, ସେ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

