Wed. Mar 11th, 2026

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୨ ଶ୍ରମିକ

157 Views

ବ୍ରହ୍ମପୁର/ଖଲ୍ଲିକୋଟ : ଦୁବାଇରେ ଗଞ୍ଜାମର ୧୩ଜଣ ଶ୍ରମିକ ଫସି ରହିଥିବା ବେଳେ ଏବେ ପୁଣି ଦକ୍ଷିଣ ଆଫିକାରେ ୨ଜଣ ଶ୍ରମିକ ଫସିଥିବା ଜଣାପଡିଛି। ସେମାନେ ‌ସେଠାରୁ ସୋସିଆଲ ମଡ଼ିଆରେ ଭିଡ଼ିଓ ଜାରି କରି ଉଦ୍ଧାର ନିମନ୍ତେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଗତ ୧୬ ତାରିଖରେ ଦୁବାଇରେ ମୃତ୍ୟୁବରଣ କରିଥିବା ଖଲ୍ଲିକୋଟ ଅଞ୍ଚଳର ଶ୍ରମିକ ଜୟ ଦଳେଇଙ୍କ ଶବ ଆଜି ତାଙ୍କ ଗ୍ରାମକୁ ଫେରିଛି।

ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ଖଲ୍ଲିକୋଟ ଅଞ୍ଚଳର ପିଣ୍ଟୁ ପରିଡ଼ା ଏବଂ କବିସୂର୍ଯ୍ୟନଗର ଅଞ୍ଚଳର ଶବିରାମ ସାହୁ ବିଶାଖାପାଟଣାର ଏକ ଏଜେନ୍ସି ଜରିଆରେ ଦକ୍ଷିଣ ଆଫ୍ରିକାର କଙ୍ଗୋକୁ କାମ କରିବା ଲାଗି ଯାଇଥିଲେ। ସେଠାରେ ଆବୋଲା ଭାଇରସ୍‌ ବ୍ୟାପିବା କାରଣରୁ ଭାରତର ଶ୍ରମିକମାନେ ‌କମ୍ପାନୀ ଛାଡ଼ି ପଳାଇ ଆସିଥିଲେ। କିନ୍ତୁ ଏ ଦୁହିଁଙ୍କୁ ଉକ୍ତ କମ୍ପାନୀ ଛାଡୁନାହିଁ କି ପାସ୍‌ପୋର୍ଟ ଦେଉ ନାହିଁ। ଏଣେ କାମ ନ କଲେ ଖାଇବାକୁ ଦେଉନାହିଁ, ନିର୍ଯାତନା ଦେଉଛି। କମ୍ପାନୀ କ୍ୟାମ୍ପସରେ ଆଉ କେହି ଶ୍ରମିକ ନ ଥିବା ଏ ଦୁହେଁ ପଡ଼ିରହିଛନ୍ତି। ତୁରନ୍ତ ସେଠାରୁ ମୁକୁଳାଇବା ଲାଗି ପଦକ୍ଷେପ ନେବାକୁ ସେମାନେ ଭିଡିଓ ଜାରି କରି ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ, ଖଲ୍ଲିକୋଟ ଓ ବେଗୁନିଆପଡ଼ା ଅଞ୍ଚଳର ୧୩ଜଣ ଶ୍ରମିକ ଅଦ୍ୟାବଧି ଦୁବାଇରେ ଫସି ରହିଛନ୍ତି। ସେମାନଙ୍କ ପରିବାର ଲୋକଙ୍କ ଗୁହାରି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ରାଜ୍ୟ ଶ୍ରମ ବିଭାଗକୁ ଚିଠି ଲେଖାଗଲାଣି। ଏସବୁ ସତ୍ତ୍ବେ ସେମାନଙ୍କୁ ମୁକୁଳାଇବା ବାଟ ଫିଟୁନି।

By amfnews

Related Post