Sun. Mar 8th, 2026

ଦଉଡ଼ି ଦେଇ ଆତ୍ମହତ୍ୟା କରିବା ବେଳେ ମହିଳା ଜନ୍ମକରିଥିବା ଶିଶୁକୁ ଉଦ୍ଧାର କଲା ପୁଲିସ

216 Views

ଭୋପାଳ, ଡିସେମ୍ବର ୨୧ : ମାଆ ରଶି ଲଗାଇ ଆତ୍ମହତ୍ୟା କରିବା ବେଳେ ଜନ୍ମକରିଥିବା ଏକ ଶିଶୁକୁ ମଧ୍ୟପ୍ରଦେଶ ପୁଲିସ ଉଦ୍ଧାର କରିଛି।ବିୟୋଗାନ୍ତ ଘଟନାଟି ଘଟିଛି କାନ୍ତି ଜିଲ୍ଲାରେ। ଭୋର୍‌ ପ୍ରାୟ ୬: ୩୦ ବେଳେ ସ୍ୱାମୀ ସନ୍ତୋଷ ଦେଖିଲେ ଘର ନିକଟରେ ଥିବା ଗୁହାଳ ଛପରରୁ ୩୬ ବର୍ଷୀୟ ଲକ୍ଷ୍ମୀ ଠାକୁର ରଶି ଦେଇଛନ୍ତି।ଘଟନାସ୍ଥଳରେ ପୁଲିସ ପହଞ୍ଚି ଦେଖିଲେ ମୃତା ଲକ୍ଷ୍ମୀଙ୍କ ଦୁଇଗୋଡ଼ ମଧ୍ୟରେ ଶାଢ଼ି ମଧ୍ୟରେ ଛନ୍ଦି ହୋଇ ରହିଛି ନାହିଁ ଲାଗିଥିବା ଗୋଟିଏ ନବଜାତ ବାଳକ।

ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ରୁ ବାର୍ତ୍ତା ପାଇ ପ୍ରଥମେ ଘଟନାସ୍ଥଳରେ ପହଞ୍ଚିଥିବା ସବ୍‌-ଇନ୍‌ସ୍‌ ପେକ୍ଟର୍‌ କବିତା ସାହଣି ଛୁଆଟିକୁ ପୋଛାପୋଛି କରି ଉଷୁମ କରାଇବା ଲାଗି ମାଆର ଝୁଲନ୍ତା ଶବ ତଳେ ଗୋଟାଏ ଚାଦରରେ ଗୁଡ଼ାଇ ଧରିଲେ। ପରେ ଡାକ୍ତର ଆସି ନାହି କାଟି ଛୁଆଟିକୁ ମାଆ ଠାରୁ ଅଲଗା କରାଇଥିଲେ।

ତୁରନ୍ତ ପିଲାଟିକୁ ସହରରେ ଥିବା ସରକାରୀ ଡାକ୍ତରଖାନାର ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌କୁ ନିଆଯାଇଥିଲା। ପିଲାଟିର ବଞ୍ଚିବାର ଆଶା ଅଛି ବୋଲି ଡାକ୍ତରମାନେ କହିଛନ୍ତି। ଜଣେ ୧୬ ବର୍ଷୀୟ ଝିଅ ସମେତ ୪ଟି ପିଲାଙ୍କର ମାଆ ଲକ୍ଷ୍ମୀ ନଅ ମାସର ଅନ୍ତଃସତ୍ତ୍ୱା ଥିଲେ। ତାଙ୍କ ଆତ୍ମହତ୍ୟାର ବାସ୍ତବ କାରଣ ଜଣାପଡ଼ି ନାହିଁ।

By amfnews

Related Post