Tue. Jun 17th, 2025

‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ବିଷୟରେ ଭାବିଲେ ଘୃଣା ଲାଗୁଛି ବୋଲି କହିଲେ ଏହି ଅଭିନେତା

By amfnews Apr 29, 2019 #Featured
189 Views

ମୁମ୍ବାଇ: ଚଳିତ ବର୍ଷ ଜାନୁଆରି ୧୧ ତାରିଖରେ ରିଲିଜ୍‌ ହୋଇଥିଲା ଏବର୍ଷର ଅନ୍ୟତମ ଚର୍ଚ୍ଚିତ ସିନେମା ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’। ଏଥିରେ ଅନୁପମ୍‌ ଖେର୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଥିଲେ। ଏହି ସିନେମାରେ ଅର୍ଜୁନ ମାଥୁରଙ୍କୁ ରାହୁଲ ଗାନ୍ଧୀ ଓ ସୁଜୈନ୍‌ ବର୍ଣ୍ଣଟଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ନିର୍ଦ୍ଦେଶନା ଦେଇଥିଲେ ବିଜୟ ରତ୍ନାକର ଗୁଟ୍ଟେ।

ନିକଟରେ ଅର୍ଜୁନ ମାଥୁର ଏକ ଚାଟ୍‌ ସୋ’ରେ ଯୋଗ ଦେଇଥିଲେ। ‘ବାଇ ଇନ୍‌ଭାଇଟ୍‌ ଓନଲି’ ନାମକ ଏହି ଚାଟ୍‌ ସୋ’ରେ ଅର୍ଜୁନ ମାଥୁର କହିଛନ୍ତି ଯେ ‘ମୋତେ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଫିଲ୍ମ ବିଷୟରେ ଭାବିଲେ ଘୃଣା ଲାଗୁଛି। ସେ ପଶ୍ଚତାପ କରୁଛନ୍ତି ଯେ କାହିଁକି ଏଭଳି ସିନେମାରେ କାମ କଲେ।

‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌ ବ୍ୟତୀତ ଅଭିନେତା ଅର୍ଜୁନ ମାଥୁର ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସଂପର୍କରେ ବି ଟିପ୍ପଣୀ ଦେଇଛନ୍ତି।ସେ କହିଛନ୍ତି ଯେ ସିଦ୍ଧାର୍ଥ ଜଣେ ଭଲ ଅଭିନେତା। ଏଠାରେ ସୂଚନାଯୋଗ୍ୟଯେ ଅର୍ଜୁନ ନିକଟରେ ଏକ ଓ୍ବ୍ବ ସିରିଜ୍‌ ‘ମେଡ୍‌ଇନ୍‌ ହେଭେନ୍‌’ରେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ଜଣେ ସମଲିଙ୍ଗୀ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହାର ନିର୍ଦ୍ଦେଶନା ଦେଇଥିଲେ ଜୋୟା ଅଖତର୍‌।

By amfnews

Related Post