Sat. Mar 7th, 2026

ଥର ବିଧାନସଭାରେ ୫୯ ନୂଆ ମୁହଁ, ମହିଳାଙ୍କ ସଂଖ୍ୟା ୧୩ ରହିଲା

254 Views

ଭୁବନେଶ୍ବର : ଷୋଡ଼ଶ ବିଧାନସଭାରେ ୬୦ ଜଣ ନୂଆ ବିଧାୟକ ପ୍ରଥମ ଥର ପାଇଁ ଗୃହକୁ ପ୍ରବେଶ କରିବେ। ବିଜେଡିର ୧୧୨ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୪୧ ଜଣ ନୂଆ ମୁହଁ। ସେହିପରି ବିଜେପିର ୨୩ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ୯ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣ ନୂଆ। ଏହା ସହ ରାୟଗଡ଼ାରୁ ଜିତିଥିବା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ବି ପ୍ରଥମ ଥର ବିଧାନସଭା ଆସିବେ। ଷୋଡ଼ଶ ବିଧାନସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୩ ରହିଛି। ବିଜେଡିରୁ ୧୨ ଜଣ ଜିତିଥିଲା ବେଳେ ବିଜେପିରୁ ଜଣେ ଜିତିଛନ୍ତି। ପଞ୍ଚଦଶ ବିଧାନସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୨ ଥିଲା। ସେମାନଙ୍କ ମଧ୍ୟରୁ ବିଜେଡିର ୧୧ ଓ ବିଜେପିର ଜଣେ ସଦସ୍ୟ ଥିଲେ। ୨୦୦୦ ମସିହା ପର ଠାରୁ ଲଗାତର ତିନିଟି ବିଧାନସଭାରେ ବି ମହିଳାଙ୍କ ପ୍ରତିନିଧିତ୍ବ ଉତ୍ସାହଜନକ ନ ଥିଲା। ୨୦୦୦ ମସିହାରେ ୧୪ ଜଣ ମହିଳା ସଦସ୍ୟ ଥିଲା ବେଳେ ୨୦୦୪‌େର ୧୨ ଓ ୨୦୦୯ରେ ୭ ଜଣ ମହିଳା ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

By amfnews

Related Post