Tue. Dec 24th, 2024

ଥମୁନି କରୋନା ସଂକ୍ରମଣ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା, ଦେଶରେ ୧୨ ଲକ୍ଷ ସକ୍ରିୟ ଆକ୍ରାନ୍ତ

By amfnews Apr 12, 2021 #Featured
130 Views

ନୂଆଦିଲ୍ଲୀ, ଏପ୍ରିଲ ୧୨ : କରୋନା ଭାଇରସ୍‌ର ୨ୟ ଲହର ଦେଶରେ ଚିନ୍ତା ବଢ଼ାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ଏପର୍ଯ୍ୟନ୍ତ ସର୍ବକାଳୀନ ରେକର୍ଡ ଭଙ୍ଗ ହୋଇଛି । କରୋନାର ୭୦ ପ୍ରତିଶତରୁ ଅଧିକ ଅକ୍ରାନ୍ତ କେବଳ ୫ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଏଥିରେ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳ ସାମିଲ ଅଛି । ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି । 

ୱାଲଡୋ ମିଟର ଅନୁସାରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧ ଲକ୍ଷ ୭୦ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୯୦୦ ଲୋକ ପ୍ରାଣ ହାରିଛନ୍ତି । ଦେଶରେ କ୍ରମାଗତ ଭାବେ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥି ସହିତ ଦେଶରେ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ଅତିକ୍ରମ କରିଛି । ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । 

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିଚାଲିଛି । ୨୪ ଘଣ୍ଟାରେ ୬୩ ହଜାର ୨୯୪ ଜଣ ସକ୍ରମିତ ହୋଇଛନ୍ତି । ପୁଣେ ଜିଲ୍ଲାରେ ୧୨ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସୁସ୍ଥତା ହାର ହେଉଛି ୮୧.୬୫ ପ୍ରତିଶତ । ଦିଲ୍ଲୀରେ ମଧ୍ୟ ଦିନକରେ ୧୦ ହଜାର ୭୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । 

By amfnews

Related Post