Fri. Mar 13th, 2026

ତୈଳ ଆମଦାନି ହ୍ରାସ କରିବାକୁ ହୋଟେଲ୍‌ରୁ ପୋଡ଼ା ତେଲ ଯୋଗାଡ଼ କରି ଡିଜେଲ୍‌ ତିଆରି କରିବେ ସରକାର

131 Views

ନୂଆଦିଲ୍ଲୀ  : ଶକ୍ତି ଆମଦାନି ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଲକ୍ଷ ହାସଲ କରିବାର ଯୋଜନା ରୋଷେଇଘରୁ ଆରମ୍ଭ ହେବାକୁ ଯାଉଛି।

ତିନୋଟି ମୁଖ୍ୟ ରାଷ୍ଟ୍ରାୟତ ଇନ୍ଧନ ଖୁଚୁରା ବିକ୍ରେତା- ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌, ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ରୋଷେଇବାସରୁ ବଳି ପଡ଼ିଥିବା ପୋଡ଼ା ତେଲରୁ ବାୟୋଡିଜେଲ୍‌ ଇନ୍ଧନ ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି। ଦେଶର ୧୦୦ ସହର ହୋଟେଲ୍‌, ରେସ୍ତୋରାଁ ଏବଂ କ୍ୟାଣ୍ଟିନ୍‌ରୁ ବିପୁଳ ପରିମାଣରେ ରନ୍ଧନ ତୈଳ ବ୍ୟବହାରକାରୀଙ୍କ ଠାରୁ ବଳି ପଡ଼ିଥିବା ପୋଡ଼ା ତେଲ ସଂଗ୍ରହ କରିବାକୁ ଉପରୋକ୍ତ ତିନି କମ୍ପାନି ଚାହୁଁଛନ୍ତି ବୋଲି ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱ ଜୈବଇନ୍ଧନ ଦିବସରେ ନୂଆଦିଲ୍ଲୀରେ କହିଛନ୍ତି।

ପ୍ରଥମ ବର୍ଷ ପୋଡ଼ା ତେଲର ଲିଟର୍‌ ପିଛା ମୂଲ୍ୟ ରହିବ ୫୧/-, ଦ୍ୱିତୀୟ ବର୍ଷ ଟ. ୫୨. ୭୦ ଏବଂ ତୃତୀୟ ବର୍ଷ ୫୪. ୫୦ ରହିବ। ବିଶ୍ୱର ଅନ୍ୟତମ ବଡ଼ ଖାଇବା ତେଲ ଗ୍ରାହକ ଭାବେ ଭାରତ ପ୍ରତିବର୍ଷ ୨୭ ବିଲିୟନ୍‌ ଲିଟର୍‌ ଖାଇବା ତେଲ ବ୍ୟବହାର କରୁଛି। ସେଥିରୁ ୧. ୪ ବିଲିୟନ୍‌ ପୋଡ଼ା ତେଲ ସଂଗ୍ରହ କରାଯାଇ ୧. ୧ ବିଲିୟନ୍‌ ଲିଟର୍‌ ଜୈବ ଡିଜେଲ୍‌ ଉତ୍ପାଦନ କରିହେବ ବୋଲି ମନ୍ତ୍ରାଳୟ କହିଛି।
ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ଅଶୋଧିତ ତୈଳ ଗ୍ରାହକ। ଏଥିରୁ ୮୫% ଆମଦାନି ହୁଏ।

By amfnews

Related Post