Sat. Nov 23rd, 2024

ତେଜିଲା ଆମେରିକା, ଇରାନ ବିବାଦ : ଇରାନ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା

By amfnews Jun 23, 2019 #Featured
136 Views

ଆମେରିକା ଏବଂ ଇରାମ ମଧ୍ୟରେ ଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଇରାନ ଉପରେ ଏକ ନୂଆ ପ୍ରତିବନ୍ଧକ ଳଗାଇ ପାରନ୍ତିି । ‘ଆମେ ଇରାନକୁ ପରମାଣୁ ବୋମାର ବିକାଶ କରିବାକୁ ଦେବୁ ନାହିଁ’ବୋଲି ଟ୍ରମ୍ପ ସୂଚନା ଦେଇଥିଲେ । ଅନ୍ୟପଟେ ଇରାନ୍ ଦାବି କରିଛି ଯେ, ତାଙ୍କର ସେନାମାନେ ଗତ ଗୁରୁବାର ଦିନ ଆମେରିକାର ଏକ ଡ଼୍ରୋନକୁ ମାରି ଖସାଇଦେଇଛନ୍ତି କିନ୍ତୁ ଏହି ଘଟଣାରେ ଟ୍ରମ୍ପ କୌଣସିି ପ୍ରତିକ୍ରିଆ ଦେଇନାହାନ୍ତି । ଏହିସବୁ ଘଟଣା ପରେ ଦୁଇ ଦେଶମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାକୁ ଲାଗିଛି । ଏକ ରିପୋର୍ଟ ଅନୁସ।।ରେ, ଆମେରିକା ର ମିସାଇଲ କଣ୍ଟ୍ରୋଲ୍ ବ୍ୟବସ୍ଥା ଏବଂ ଜାସୁସି ନେଟ୍ ୱାର୍କ ଇରାନ ଉପରେ ଅନେକ ଥର ସାଇବର ଆକ୍ରମଣ କରିଛି ।

ଟ୍ରମ୍ପ ଟ୍ୱିଟ୍ କରି କହିଥିଲେ, ଇରାନ ଉପରେ ସୋମବାର ଦିନ ଆନେକ ପ୍ରତିବନ୍ଧକ ଲଗାଇବାକୁ ଯାଉଛୁ ଯେତେବେଳ ଇରାନ ଉପରେ ଏହି ସବୁ ପ୍ରତିବନ୍ଧକ ଉଠିଯିବ ସେତେବେଳେ ଇନାର ଏକ ସମୃୃଦ୍ଧ ରାଷ୍ଟ୍ର ରୂପେ ଛିଡ଼ା ହୋଇପାରେ । ଅନ୍ୟ ପଟେ ଇରାନ ଆମେରିକାକୁ ଚେତାବନି ଦେବା ଉଦେ୍ଧଶ୍ୟରେ କହିଛି ଯେ, ଆମ ଉପରକୁ ଆକ୍ରମଣ କଲେ ତାହା ଆମେରିକାକୁ ମହଙ୍ଗା ପଡ଼ି଼ପାରେ ।

୨୦୧୫ମସିହାରେ ଆମରେିକା, ରୁଷ୍, ଚୀନ, ଜର୍ମାନ, ଫ୍ରାନ୍ସ ଏବଂ ବ୍ରିଟିସ୍ ଆଦି ଦେଶ ମ ିଶି ଏକ ବୁଝାବଣାର ବୈଠକ କରିଥିଲେ । ଏହି ବୁଝାବଣା ବେଳେ ଇରାନ ଉପରେ ଲାଗିଥିବା ଆର୍ଥିକ ପ୍ରତିବନ୍ଧକ କୁ ହଟାଇବା ବଦଳରେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରଣ କୁ ସୀମିତ କରିବା ଉପରେ ସହମତି ଦେଇଥିଲା । ଏହାପରେ ଟ୍ରମ୍ପ ୨୦୧୮ମସିହାରେ ବୁଝାବଣା ଠାରୁ ଆମେରିକାକୁ ଅଲଗା କରିଦେଇଥିଲା । ସେବେଠାରୁ ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ବଢ଼ିବାଲେ ଲାଗିଛି ।
ଏଠାରେ ସୂଚନା ଦିଆଯାଉଛି ଯେ. ି ୧୩ଜୁନ୍ରେ ଓମାନ ଉପସାଗର ସ୍ଥିତ ଦୁଇଟ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରି ବ୍ଲାଷ୍ଟ କରିବା ପରେ ଆମେରିକା ସିଧାସଳଖ ଇରାନକୁ ଦୋଷାରୋପ କରିଥିଲା । ଏହାପରେ ଟ୍ରମ୍ପଙ୍କ ଆଦେଶକ୍ରରେ ଏକ ସପ୍ତାହ ମଧ୍ୟରେ ଇରାନ୍ ଉପରେ ଅନେକଥର ସାଇବର ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଆମେରିକା ଏହାକୁ ଖଣ୍ଡନ କରିଛି ।

By amfnews

Related Post