ସୂଚନାନୁଯାୟୀ, ରାହୁଲ ମାଲୱାର ପାହାଡରେ ଏକ ମନ୍ଦିରରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି । ଏଥିରେ ଦୁହିଁଙ୍କର ପରିବାର ବ୍ୟତୀତ ସମ୍ପର୍କୀୟମାନେ ସାମିଲ ଥିଲେ । ଗଣମାଧ୍ୟମରେ ନିଜ ବିବାହ ସମ୍ପର୍କରେ କହିଛନ୍ତି କି, ପୂର୍ବରୁ ସେ ବହୁ ଧୁମ୍ ଧାମ୍ ରେ ଦୁଇଟି ବିବାହ କରିଥିଲେ କିନ୍ତୁ ତାହା ତିଷ୍ଠି ନଥିଲା । ତେଣୁ ଏଥର ସେ ସାଧା ସିଧା ଢଙ୍ଗରେ ବିବାହ କରିଛନ୍ତି ।
ରାହୁଲ ଏବଂ ନତାଲ୍ୟାଙ୍କ ମଧ୍ୟରେ ଏକ ବର୍ଷ ହେବ ସମ୍ପର୍କ ଥିଲା । ସେମାନେ ନିଜର ବିଜନେସ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ପାରିବାରିକ ଶାନ୍ତି ସବୁଠାରୁ ମହତ୍ୱପୂର୍ଣ୍ଣ । ତେଣୁ ସେ କାରବାରରେ ନତାଲ୍ୟାଙ୍କୁ ସାହାଯ୍ୟ କରିବେ । ତେବେ ନତାଲ୍ୟା ରାହୁଲଙ୍କ ଠାରୁ ୧୮ ବର୍ଷ ସାନ । ରାହୁଲ କହିଛନ୍ତି କି, ପ୍ରେମରେ ବୟସର ଅନ୍ତର ମହତ୍ୱ ରଖେ ନାହିଁ । ଏହା ପୂର୍ବରୁ ରାହୁଲ ୨୦୦୬ରେ ଶ୍ୱେତାଙ୍କ ସହ ପ୍ରଥମ ବିବାହ କରିଥିଲେ । କିନ୍ତୁ ୨ବର୍ଷ ପରେ ତାଙ୍କର ବିଚ୍ଛେଦ ହୋଇଥିଲା । ପରେ ୨୦୧୦ରେ ରାହୁଲ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ପୁଣି ଥରେ ସେ ଅସଫଳ ହୋଇଥିଲା । ଏବେ ତୃତୀୟ ବିବାହ କରି ରାହୁଲ ଚର୍ଚ୍ଚାରେ ଅଛନ୍ତି ।