Sun. Mar 8th, 2026

ତୃଣମୂଳ କଂଗ୍ରେସ କର୍ମୀଙ୍କ ଘର ଉପରେ ବୋମାମାଡ଼, ତିନି ମୃତ

202 Views

ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘର ଉପରକୁ ବୋମା ଫିଙ୍ଗା ଯିବାରୁ ଅନ୍ୟୂନ ତିନି ଜଣ ଲୋକ ନିହତ ହୋଇଛନ୍ତି। ଘଟଣାଟି ଘଟିଛି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅନ୍ତର୍ଗତ ଦମକଳ ଥାନା ଅଧୀନରେ। ଘଟଣା ସମୟରେ ସେ ଅଞ୍ଚଳରେ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ମିଳିଛି।

ନିହତ ଦୁଇ ତୃଣମୂଳ କଂଗ୍ରେସ କର୍ମୀ ହେଲେ ୧୯ ବର୍ଷିୟ ସୋହେଲ ରାଣା ଏବଂ ୫୫ ବର୍ଷିୟ ଖୈରୁଦ୍ଦିନ୍‌ ଶେଖ୍‌। ଆକ୍ରମଣରେ ସଂଗ୍ରେସ ସମର୍ଥକମାନଙ୍କ ଭୂମିକା ଥିବା ଅଭିଯୋଗ କରି ମୃତ ଖୈରୁଦ୍ଦିନଙ୍କ ପୁଅ କହନ୍ତି, ଆମେ ଶୋଇଥିଲୁ, ହଠାତ୍‌ ଆମ ଘରେ ବୋମା ମାଡ଼ ହେଲା। ସେମାନେ ମୋ ବାପାଙ୍କୁ ଗୁଳି ମାରି ହତ୍ୟା କଲେ।

ତାଙ୍କର ଦାଦି ଅଲ୍‌ତାଫ୍‌ ହୁସେନ୍‌ଙ୍କୁ ମଧ୍ୟ କିଛି ଦିନ ତଳେ ହତ୍ୟା କରାଯାଇଥିବା ସେ କହିଛନ୍ତି। ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିବା ଖବର ମଳିଛି।

By amfnews

Related Post