Sat. Dec 28th, 2024

ତିରଚି ବିମାନବନ୍ଦରରେ କାନ୍ଥକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ବର୍ତ୍ତିଲେ ୧୩୬ ଯାତ୍ରୀ

By amfnews Oct 12, 2018 #Featured
119 Views

ନୂଆଦିଲ୍ଲୀ, ଅକ୍ଟୋବର ୧୨: ତାମିଲନାଡୁର ତିରଚି ରୁ ଦୁବାଇ ପାଇଁ ବାହାରିଥିବା ଏୟାର ଇଣ୍ଡିଆର ବିମାନ କାନ୍ଥକୁ ଧକ୍କା ଦେଇଛି । ଏହି ବିମାନ ରନ-ୱେରୁ ଉଠୁଥିବା ବେଳେ ବିମାନବନ୍ଦର ପରିସରରେ ଥିବା କୋଠା ଓ କାନ୍ଥକୁ ଧକ୍କା ଦେଇଛି । ବିମାନରେ ୧୩୬ ଜଣ ଯାତ୍ରୀ ଥିଲେ । ଟେକ ଅଫକରୁଥିବା ବେଳେ ବମାନର କିଛି ଚକ କୋଠାରେ ଲାଗିଯାଇଥିଲା । ଫଳରେ ବିମାନଟି କୋଠା ଓ କାନ୍ଥକୁ ଧକ୍କା ଦେଇଥିଲା । ପରେ ବିମାନକୁ ସୁରକ୍ଷିତ ଭାବରେ ମୁମ୍ବାଇରେ ଲ୍ୟାଣ୍ଡ କରି ଦିଆଯାଇଥିଲା ।

ଗୁରୁବାର ସକାଳୁ ଏହି ଘଟଣା ଘଟିଥିଲା । ବିମାନ ମୁମ୍ବାଇରେ ଅବତରଣ କରିବା ପରେ ବିମନବନ୍ଦରର ଅଧିକାରୀମାନେ ଘଟଣାର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ବିମାନ ସହିତ ହୋଇଥିବା ଏହି ଘଟଣା ପରେ ରୁଟ ପରିବର୍ତ୍ତନ କରି ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଥିଲା । ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ବିମାନର ତଳ ଅଂଶକୁ କ୍ଷତି ପହଞ୍ଚାଇଥିଲା । ବିମାନ ଏତେ ବଡ଼ ଧକ୍କା ଦେଇଥିଲା ଯେ ବିମାନବନ୍ଦରନର କିଛି କାନ୍ଥ ଭାଙ୍ଗି ଯାଇଥିଲା । ମାତ୍ର ଖୁସିର ବିଷୟ ଯେ ୧୩୬ ଲୋକଙ୍କ ଜୀନବ ନିରାପଦ ଥିଲା ।

By amfnews

Related Post