Sat. Nov 23rd, 2024

ତିନିଦିନିଆ ତଜାକିସ୍ତାନ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିବେ ଚର୍ଚ୍ଚା

By amfnews Oct 7, 2018 #Featured
140 Views

ନୂଆଦିଲ୍ଲୀ, ଅକ୍ଟୋବର ୦୭ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ୯ ଅକ୍ଟୋବର ଯାଏଁ ତିନି ଦିନିଆ ତଜାକିସ୍ତାନ ଗସ୍ତ କରିବେ । ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଭାରତର ମଧ୍ୟ ଏସିଆ ଦେଶ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଅନେକ ମହତ୍ୱପୂର୍ଣ୍ଣ ହେବ । ରାଷ୍ଟ୍ରପତି ଏହି ସମୟରେ ତଜାକିସ୍ତାନ ସହ ସମ୍ପର୍କ ମଜବୁତ କରିବେ ଏବଂ ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବେ ।

ବୈଦେଶିକ ମନ୍ତ୍ରାଳୟଦ୍ୱାରା ଗତକାଲି ଦିଆ ଯାଇଥିବା ସୂଚନାନୁସାରେ, ରାଷ୍ଟ୍ରପତି ନିଜ ସମକକ୍ଷ ଇମାମୋଲି ରହମନ, ସଂସଦ ଅଧ୍ୟକ୍ଷ ଶୁକରଜୋନ ଜୁହୁରୋବ ଏବଂ ସଂସଦର ନିମ୍ନସଦନ ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରିବେ । ଏହା ସହ ସେ ସେଠାକାର ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତଜାକିସ୍ତାନ ନ୍ୟାସନାଲ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବେ ରାଷ୍ଟ୍ରପତି କୋବିନ୍ଦ

ଶ୍ରୀ କୋବିନ୍ଦ ତଜାକିସ୍ତାନ ଜାତୀୟ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ସେଠାରେ ସେ କଠୋରତା ଏବଂ ଆଧୁନିକ ସମାଜରେ ଚ୍ୟାଲେଞ୍ଜ ପ୍ରସଙ୍ଗରେ ନିଜ ଭାଷଣ ରଖିବେ । ତିନିଦିନିଆ ଗସ୍ତରେ ସେ ପ୍ରବାସୀ ଭାରତୀଙ୍କୁ ମଧ୍ୟ ସମ୍ବେ।।ଧିତ କରିବେ । ଏତଦ ବ୍ୟତୀତ ସେ ଦୁଶାମ୍ବରେ ମହାତ୍ମା ଗାନ୍ଧି ଏବଂ ରବିନ୍ଦ୍ରନାଥ ଟାଗୋରଙ୍କ ସ୍ମାରକିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା

ସୂଚନାଯୋଗ୍ୟ କି, ଏହା ହେଉଛି ମଧ୍ୟ ଏସିଆ ଦେଶକୁ ରାଷ୍ଟ୍ରପତିଙ୍କ ପ୍ରଥମ ଯାତ୍ରା । ଏହି ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଏବଂ ବହୁପକ୍ଷିୟ ସହଯୋଗ ଉପରେ ଚର୍ଚ୍ଚା କରିବେ । ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ସୁଭାଶଷ ମାମରେ ଏବଂ ରାଜ୍ୟସଭା ସଦସ୍ୟ ଶମସେର ସିଂ ମଧ୍ୟ ରାଷ୍ଟ୍ରପତିଙ୍କ ପ୍ରତିନିଧୀ ମଣ୍ଡଳରେ ସାମିଲ ହେବେ ।

By amfnews

Related Post