209 Views
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ରେ ମୃତ୍ୟୁବରଣ କରିଥିବା ପରିବାରକୁ ତୁରନ୍ତ ସହାୟତା ରାଶି ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ନିର୍ଦ୍ଦେଶ ଦେଇଛନ୍ତି।
୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ଆର୍ଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ପୂର୍ବରୁ ମୃତ୍ୟୁର ୭ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।