Fri. Mar 6th, 2026

ତିତ୍‌ଲି ପ୍ରଭାବରେ ମୃତ ଗୃହପାଳିତ ପଶୁ ଓ ଆସବାବପତ୍ର ନଷ୍ଟ ପାଇଁ ମିଳିବ ଆର୍ଥିକ ସହାୟତା

337 Views

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଗାଈ ମରିଥିବା ପରିବାରକୁ ୩୦ ହଜାର ଟଙ୍କା, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର।

ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ନଷ୍ଟ ପାଇଁ ୩୮ ଶହ ଟଙ୍କା ମିଳିବ। ସମତଳ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୫ ହଜାର ଶହେ ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧ ହଜାର ୯୦୦ ଟଙ୍କା ମିଳିବ। ଏହା ସହ କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୩ ହଜାର ୨ ଶହ ଓ ପକ୍କା ଘର ଭାଙ୍ଗିଥିଲେ ୫ ହଜାର ୨ ଶହ ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର।

By amfnews

Related Post