180 Views

ଭୁବନେଶ୍ୱର, ଅକ୍ଟୋବର ୧୨ : ସାମୁଦ୍ରିକ ଝଡ଼ ‘ତିତଲି’ର ପ୍ରଭାବରେ ରାଜ୍ୟର ପ୍ରାୟ ୧୮ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ରାତି ସାରା ବର୍ଷା ଲାଗିରହିଛି । ବର୍ଷା ଆହୁରି ପ୍ରାୟ ୨୪ ପର୍ଯ୍ୟନ୍ତ ଜାରି ରହିବା ଅନୁମାନ କରାଯାଉଛି । ଦକ୍ଷିଣ ଓଡ଼ିଶାରେ ତିତଲି ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଯୋଗୁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ଋଷିକୁଲ୍ୟା ନଦୀରେ ଗୁରୁବାର ପ୍ରବଳ ବନ୍ୟା ଆସିଥିବା ବେଳେ ଆଜି ଆହୁରି ଅଧିକ ଭୟଙ୍କର ଦେଖାଯାଇଛି ।