Mon. Jan 13th, 2025

ତିଆରି ହେଉଛି ଦେଶର ପ୍ରଥମ ଦ୍ରୁତଗତି ଟ୍ରେନ ଟ୍ରାୟଲ ଟ୍ରାକ୍‌, ୫ ଦେଶ ସହିତ ହେବ ସାମିଲ

By amfnews Nov 19, 2018 #Featured
135 Views

ନୂଆଦିଲ୍ଲୀ, ନଭେମ୍ବର ୧୯ : ଦେଶର ଅତ୍ୟାଧୁନିକ ରେଳଗାଡ଼ି ଟି-୧୮ ପ୍ରଯୁକ୍ତିବିଦ୍ୟା ଟ୍ରାୟଲ ପାଇଁ ଉତ୍ତରପ୍ରଦେଶର ମୁରାଦାବାଦରେ ପହଞ୍ଚିଛି। ଏହି ପରୀକ୍ଷା ପାଇଁ ଟ୍ରେନ୍‌ରେ ଅନେକ ମେସିନ ଲଗାଯାଇଛି। ଏହି ପରୀକ୍ଷା ୭ ଦିନ ଧରି ଚାଲିବ। ଭାରତୀୟ ରେଳବାଇ ଏବେ ଏହି ପ୍ରକାରରେ ପରୀକ୍ଷା ପାଇଁ ଭିନ୍ନ ଭାବରେ ଟେକନିକ ସହିତ ଜଡ଼ିତ ଟ୍ରାକ ନିର୍ମାଣ କରିବାକୁ ଯୋଜନା କରୁଛି। ଦେଶର ପ୍ରଥମ ଦ୍ରୁତ ଗତି ଟ୍ରେନ ଟ୍ରାୟଲ ଜୟପୁର-ଫୁଲେରା ମଧ୍ୟରେ ନିର୍ମାଣ ହେବ। ଏଥି ପାଇଁ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳ ହେବାର ସମ୍ଭାବନା ରହିଛି।

ଏହି ଟ୍ରାକ ପାଖାପାଖି ୪୦ କିଲୋମିଟର ଲମ୍ବ, ଦୀର୍ଘ ଏବଂ ବୃତ୍ତାକାର ହେବ। ପ୍ରଥମ  ପର୍ଯ୍ୟନ୍ତରେ ୨୫ କିଲୋମିଟର ଲମ୍ବ ଟ୍ରାକ ପ୍ରସ୍ତୁତ କରାଯିବ। ଏଥିରେ ୨୦ କିଲୋମିଟର ସିଧାସଳଖ ଏବଂ ୫ କିଲୋମିଟର ବଙ୍କା ରହିବ। ଏଥିରେ ସାଧାରଣ ଟ୍ରାକ ଭଳି ସମସ୍ତ ପ୍ରକାର ବିଶେଷତ୍ୱ ରହିବ। ଭାରତୀୟ ରେଳବାଇର ରିସର୍ଚ୍ଚ ୟୁନିଟି ଆରଡିଏସଓ ଭିନ୍ନ ଟ୍ରାକ ନିର୍ମାଣ ପାଇଁ ୨ ମାସ ପୂର୍ବରୁ ସେପ୍ଟେମ୍ବରରେ ବିଶ୍ୱବ୍ୟାପୀ ଟେଣ୍ଡର ଆମନ୍ତ୍ରଣ କରିଛି।

ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ସୁବିଧା କେବଳ ଆମେରିକା, ଚୀନ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆରେ ଉପଲବ୍ଧ ହୋଇ ପାରିଛି। ରେଳବାଇ ଜୟପୁର ନିକଟରେ ଫୁଲେରା ପର‌୍ୟ୍ୟନ୍ତ ସ୍ୱତନ୍ତ୍ର ଧାରଣା ବିଛାଇବ। ଏହି ଧାରଣା ସବୁ ପ୍ରକାରର ପାଗରେ ଚାଲୁ ରହିବ। ସେମି ହାଇସ୍ପିଡ ଟ୍ରେନ ସାଧାରଣ ଟ୍ରାକ ଉପରେ ନିଜର ଗତିରେ ଚାଲି ପାରୁ ନଥିବାରୁ ଏହି ଟ୍ରାକ ନିର୍ମାଣ କରାଯାଉଛି। ଭାରତୀୟ ରେଳବାଇ ସେମି ହାଇସ୍ପିଡ ଟ୍ରାକ ନିର୍ମାଣ କରୁଛି, ଯେଉଁଥିରେ ଟ୍ରେନର ଗତି ଘଣ୍ଟା ପ୍ରତି ୧୬୦ରୁ ୨୦୦ କିଲୋମିଟର ରହିବ।

By amfnews

Related Post