Sat. Nov 23rd, 2024

ତାଳଚେର MCL ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

By amfnews Apr 23, 2021 #Featured
133 Views

ଅନୁଗୋଳ ,ଏପ୍ରିଲ 23 : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଯତ୍ନନେବା ଏକପ୍ରକାର କଷ୍ଟପୁର୍ଣ୍ଣ କାର୍ଯ୍ୟ ହୋଇପଡ଼ିଛି । ଏହାରି ଭିତରେ କରୋନା ଆକ୍ରାନ୍ତଙ୍କୁ ସଠିକ୍ ସମୟରେ ଭେଣ୍ଟିଲେଟର,ବେଡ଼୍‌,ଅକ୍ସିଜେନ୍ ଆଦି ଜରୁରୀକାଳୀନ ଜିନିଷକୁ ଯୋଗାଇ ଦେବାକୁ ସରକାର ତତ୍ପର ହୋଇଉଠିଛନ୍ତି ।

ଅନୁଗୋଳ ଜିଲ୍ଲାରେ କୋଭିଡ୍ ମାମଲା ବଢୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡିକାଲ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବା ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲାର ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି ।

ସେଠାରେ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ଵାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରିବା ଆବଶ୍ୟକ । ଓଡ଼ିଶାରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ।

କୋଭିଡର ପ୍ରଥମ ଲହରି ବେଳେ ୧୪୪ ଶଯ୍ୟା ବିଶିଷ୍ଟ ଓ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲ କୋଭିଡ୍ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ସଂକ୍ରମଣ ବ୍ୟାପୁଥିବାରୁ ଏହି ହସ୍ପିଟାଲକୁ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଗଲେ କୋଭିଡ୍ ରୋଗୀ ଉପକୃତ ହୋଇପାରିବେ ।

By amfnews

Related Post