Fri. Nov 1st, 2024

ତାମିଲନାଡୁରେ ପହଁଚିଲା ଘୁର୍ଣ୍ଣିଝଡ ଗାଜା, ରାଜ୍ୟରେ ହାଇ ଆଲର୍ଟ

By amfnews Nov 15, 2018 #Featured
139 Views

ତାମିଲନାଡୁ, ନଭେମ୍ବର ୧୫: ଘୁର୍ଣ୍ଣିଝଡ ଗାଜା ତାମିଲନାଡୁର ସମୁଦ୍ର ଉପକୂଳରେ ପହଁଚିଛି । ଏହା ଆଜି ଦ୍ୱିପ୍ରହର ସୁଧା ପଂବନ ଏବଂ କୁଡ୍ଡାଲୋର ମଧ୍ୟରେ ପହଁଚିବାର ସମ୍ଭାବନା ରହିଛି । ଭାରତୀୟ ନୌସେନା ଦକ୍ଷିଣ ତାମିଲନାଡୁ ଏବଂ ପଣ୍ଡିଚେରୀ ଉପକୂଳକୁ ନଜରରେ ରଖି ଗତାକଲିଠାରୁ ହାଇ ଆଲର୍ଟ ଜାରି କରିଛି । ନୌସେନା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ନୌସେନାର ଜଣେ ଅଧିକାରୀ କହିଛନ୍ତି କି, ପୂର୍ବତଟ ନୌସେନା ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ ସମର୍ଥ । ଏଥିନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି ହୋଇଛି । ଆଜି ସଂଧ୍ୟାରେ ଗାଜା ରାଜ୍ୟର ଉପକୂଳ ଅତିକ୍ରମ କରିପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଦୁଇଟି ଭାରତୀୟ ଜାହାଜ ରଣବୀର ଏବଂ ଖଂଜର ସହାୟତା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଅଂଚଳରେ ରହିଛନ୍ତି । ଏହି ଜାହାଜରେ ଅତିରିକ୍ତ ସମୁଦ୍ର ବୁଡାଳି, ଡାକ୍ତର, ଛୋଟ ଡଙ୍ଗା, ହେଲିକପ୍ଟର ଏବଂ ଅନ୍ୟ ଉଦ୍ଧାରକାରୀ ସାମଗ୍ରୀ ରହିଛି ।

By amfnews

Related Post