Sat. Mar 7th, 2026

ତାପମାତ୍ରା ବୃଦ୍ଧି ପାଇଁ ବଢୁଛି ଗଲୱାନ ନଦୀର ଜଳସ୍ତର, ପଛକୁ ଘୁଞ୍ଚିପାରେ ଚୀନ

303 Views

ନୂଆଦିଲ୍ଲୀ: ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି ତାପମାତ୍ରା ବୃଦ୍ଧି | ଭାରତ ସହ ଅନେକ ବୈଠକ ପରେ ମଧ୍ୟ ଚୀନ ସେନା ପଛକୁ ଘୁଞ୍ଚିବାକୁ ରାଜି ନଥିବା ବେଳେ ଏବେ ତାପମାତ୍ରା ବୃଦ୍ଧି ପାଇଁ ଚୀନ ସେନାକୁ ପଛକୁ ଘୁଞ୍ଚିବାକୁ ପଡିପାରେ ବୋଲି ଜଣା ପଡିଛି | ମିଳିଥିବା ତାଜା ସୂଚନା ଆନୁଯାୟୀ, ଗଲୱାନର ଉପତ୍ୟକାଠାରୁ ୫କିଲୋମିଟର ଦୂରରେ ବହୁ ସଂଖ୍ୟାରେ ସୈନ୍ୟ ଠୁଳ କରିଥିବା ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଏବେ ପଛକୁ ଯିବାକୁ ଚିନ୍ତା କରୁଛି | କାରଣ ତାପମାତ୍ରା ବୃଦ୍ଧି ପାଇଁ ବରଫ ତରଳିବାକୁ ଲାଗିବା ସହ ପାଖରେ ଥିବା ନଦୀରେ ଜଳ ସ୍ତରର ବଢ଼ିବାରେ ଲାଗିଛି |

Galwan clash is a turning point as Indian soldiers give Chinese a ...
ThePrint

ଜଣେ  ବରିଷ୍ଠ ସେନା କମାଣ୍ଡର କହିଛନ୍ତି ଯେ, ତାପମାତ୍ରା ବୃଦ୍ଧି ହେତୁ ଆକସାଇ ଚୀନ୍ ଅଞ୍ଚଳରୁ ବାହାରି ଥିବା ବରଫାବୃତ୍ତ ଗଲୱାନ୍ ନଦୀର ଜଳ ସ୍ତର  ବୃଦ୍ଧି ପାଇଛି। ଦ୍ରୁତ ଗତିରେ ବରଫ ତରଳିବା ସହିତ ନଦୀ କୂଳରେ ଯେ କୌଣସି ସ୍ଥିତି ବିପଜ୍ଜନକ ବୋଲି ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ଏମିତିକି କି ଉପଗ୍ରହ ଏବଂ ଡ୍ରୋନ୍ ସାହାଯ୍ୟରେ ନିଆଯାଇଥିବା ଫଟୋରେ ନଦୀ କୂଳରେ ଅବସ୍ଥିତ ଚାଇନାର ତମ୍ବୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଦେଇଛି।

By amfnews

Related Post